ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସୁରେନ୍ଦ୍ର ସାଏ ଏବଂ ନେତାଜୀ ଜୟନ୍ତୀ ପାଳିତ

ରେଙ୍ଗାଲି: ରେଙ୍ଗାଲିର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ପ୍ରଖ୍ୟାତ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଉଭୟ ସଂଗ୍ରାମୀଙ୍କ ଫଟୋ ଚିତ୍ରରେ ପୂଜାର୍ଚନା ଏବଂ ମାଲ୍ୟାର୍ପଣ ପରେ ପରିଷଦର ଉପ-ସଭାପତି ପୂର୍ବତନ ବିଧାୟକ ଦୁର୍ଯୋଧନ ଗଡ଼଼ିର୍ଆଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ଅନ୍ତର୍ଯ୍ୟମୀ ପାଣିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବକ୍ତାମାନେ ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ବୋଷଙ୍କ ସଂଗ୍ରାମୀ ଜୀବନ, ସ୍ୱାଧୀନତା ଆନ୍ଦୋଳନରେ ଉଭୟଙ୍କ ନିର୍ଭିକ ନେତୃତ୍ୱ ଏବଂ ବଳିଦାନର ସ୍ମୃତି ଚାରଣ କରି ଉଭୟଙ୍କ ଆଦର୍ଶ ସମସ୍ତଙ୍କ ପାଇଁ ପ୍ରେରଣଦାୟକ ବୋଲି ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମାଜସେବୀ ଶଶିଭୂଷଣ ସାହ, ଆଇନ୍‍ଜିବୀ ବୃନ୍ଦାବନ ସାହୁ, ପୂର୍ବତନ ବି.ଆର୍‍..ସି.ସି ବିନୋଦବିହାରୀ ନ୍ଦ, ସାଲେଗ୍ରାମ ସାହୁ, ଉଦୟଚନ୍ଦ୍ର ସାହୁ, ସୁବନ୍‍ ଚାନ୍ଦଚ ସାହୁ, ବିହାରି କୁମୁରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Comments are closed.