ବିଜେଡ଼ିରେ ଯୋଗ ଦେଲେ ରେଙ୍ଗାଲି ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ସମ୍ପାଦିକା

ରେଙ୍ଗାଲି: ଆଜି ମହାନ୍ ସ୍ବାଧିନତା ସଂଗ୍ରାମୀ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଜନ୍ମ ପୀଠ ଖିଣ୍ଡା ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ରେଙ୍ଗାଲି ବ୍ଳକ୍ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ରାଉତ ଏବଂ ସମ୍ପାଦିକା ମିତା ମେହେର ବିଜେପି ଛାଡି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି।

 

ଏହି ଅବସରରେ ଜିଲା ସଭାପତି ସିଦ୍ଧାର୍ଥ ଦାସ, ଜିଲା ଉପାଧ୍ୟକ୍ଷ ସଭାପତି କିରଣ ବେହେରା,ରାଜ୍ୟ ମହିଳା ସେଲ ଉପସଭାପତି ରୀନା ତନ୍ତୀ, ଆଦିବାସୀ/ହରିଜନ ସେଲ୍ ସଭାପତି ମୋତିଲାଲ ତନ୍ତୀ, ବରିଷ୍ଠ ଯୁବନେତା ମହେନ୍ଦ୍ର ଓରାମ, ନାରାୟଣ ଶର୍ମା, ରେଙ୍ଗାଲି ବ୍ଲକ ଉପାଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲା, ଜିଲା ଯୁବସଭାପତି ଲକ୍ଷ୍ମୀ ମହାପାତ୍ର, ଜିଲା ଯୁବ ଉପସଭାପତି ସରୋଜ ପ୍ରଧାନ, ବ୍ଲକ ସଭାପତି ଅଶୋକ ଗୁରୁ, ବ୍ଲକ ଯୁବ ସଭାପତି ଦୟାନିଧି ଭାଇଁସାଲ, ଛାତ୍ର ସଭାପତି ବାବୁଲୁ ରାଉତ, ମଞ୍ଜୁ ଓରାମ, ତନ୍ମୟୀ ସାହୁ, ରେଙ୍ଗାଲି ଜୋନ-୧ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଚୋଳଶ୍ରି ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ଉଭୟ ନାରୀନେତ୍ରୀଙ୍କୁ ସ୍ବାଗତ କରିଥିଲେ।

Comments are closed.