ଚଞ୍ଚକତା କରି ରୟତି ଜମିରେ ସରକାରୀ ସ୍କୁଲ ନିର୍ମାଣ

ରେଙ୍ଗାଲି: ରୟତି ଜମିରେ ସରକାରୀ ବିଦ୍ୟାଳୟ ନିର୍ମାଣ ହୋଇଥିବା ନେଇ ଅଭିଯୋଗ ପରେ ମଧ୍ୟ ବିଡିଓ ଶୁଣୁନାହାନ୍ତି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ କତରବଗା ପଂଚାୟତର କଦଳୀପୀଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂତନ କୋଠା ନିର୍ମାଣରେ। କଦଳୀପିଟା ଗ୍ରାମରେ ଅସହାୟ ସମ୍ଭାରୁ କିସାନଙ୍କ ଖାତା ନମ୍ବର ୨୪୬ରେ ୮୬ ଡ଼ିସିମିଲ ଜମି ରହିଛି। ଏହି ଜମିରେ ରେଙ୍ଗାଲି ବ୍ଲକ ପ୍ରଶାସନ ଚଞ୍ଚକତା କରି ସମ୍ବାରୁଙ୍କ ଅଜାଣତରେ ନିର୍ମାଣ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ଜାଣିବା ପରେ ସମ୍ଭାରୁ ଗତ ୨୦୧୯ ମସିହାରୁ ରେଙ୍ଗାଲି ବ୍ଲକ ଵିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ଵିଡିଓ ଏ ସମ୍ପର୍କରେ କିଛି ଶୁଣୁ ନ ଥିବା ଅଭିଯୋଗ ଆଣିଛନ୍ତି ବ୍ରାହ୍ମଣୀପାଲି ବାସିନ୍ଦା ସମ୍ବାରୁ କିସାନ।

ସ୍କୁଲ ତ ନିର୍ମାଣ ସରି ଯାଇଛି ଏଣୁ ସରକାର ନିୟମ ମୁତାବକ କ୍ଷତିପୂରଣ ଦିଅନ୍ତୁ ବୋଲି ସମ୍ବାରୁ ଦାବୀ କରିଛନ୍ତି। ଏ ସଂକ୍ରାନ୍ତରେ ରେଙ୍ଗାଲି ବିଡିଓ ଶଙ୍କର ପ୍ରସାଦ ସାହୁଙ୍କୁ ପଚରାଯିବାରୁ କୌଣସି ପ୍ରକାର ଅଭିଯୋଗ ମୋ ପାଖକୁ ଆସିନାହିଁ ବୋଲି କହିଛନ୍ତି। ତଥାପି ଏହାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

Comments are closed.