ଆଦିତ୍ୟ ଆଲୁମିନା ପକ୍ଷରୁ ତାଲିମ କାର୍ଯକ୍ରମ

ରେଙ୍ଗାଲି: ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନା ପକ୍ଷରୁ କୃଷି ଏବଂ କୃଷକମାନଙ୍କ ଉପରେ ପର୍ଯ୍ୟବେଶିତ ପ୍ରକଳ୍ପ ସମୃଦ୍ଧି ଏବଂ ସ୍ୱୟଂ ସହାୟକ ଗୋଷ୍ଠି ର ମହିଲା ମାନଙ୍କ ପାଇଁ ଉଦ୍ଧିଷ୍ଟ ପ୍ରକଳ୍ପ ସକ୍ଷମ ଯୋଜନା ମାଧ୍ୟ ରେ ଦୁଇ ଦିନିଆ ତାଳିମ ଓ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରଗଡ ଜିଲ୍ଲା ଅରବିରାର ଗୋପାଳ ବାୟୋଟେକର ସହଭାଗିତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉନ୍ନତମାନର ବିଭିନ୍ନ ଅର୍ଥକାରୀ ଫସଲ ଉତ୍ପାଦନ କରୁଥିବା ବିଭିନ୍ନ ଉଦ୍ୟୋଗୀ ଚାଷୀମାନଙ୍କୁ ନେଇ କ୍ଷେତ୍ର ପରିଭ୍ରମଣ କରାଯାଇଥିଲା।

ସମନ୍ୱିତ ପନିପରିବା ଚାଷ, ଉନ୍ନତ ପଦ୍ଧତିରେ ଛତୁ ଚାଷ, ଫଳ ଚାଷ, ମାଛ ଚାଷ, ମହୁ ଚାଷ, ଜିଆ ଚାଷ, ଗୋପାଳନ, ଛେଳି ଏବଂ କୁକୁଡା ପାଳନର କ୍ଷେତ୍ର ପରିଦର୍ଶନ ସହିତ ତାଳିମ କାର୍ଯ୍ୟ ଆୟୋଜିତ ହୋଇଥିଲା। ଗୋପାଳ ବାୟୋଟେକର ମୁଖ୍ୟ ବୀରେନ୍ଦ୍ର ପ୍ରଧାନ ଏବଂ ଜୟନ୍ତି ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଭାଗୀୟ ସହ-ପ୍ରବନ୍ଧକ ମନୋରଞ୍ଜନ ବେହେରା ଏଥିରେ ଯୋଗ ଦେଇ ତାଲିମରେ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ। ପାରିପାର୍ଶ୍ବିକ ଉନ୍ନୟନ ବିଭାଗ ମୁଖ୍ୟ ଶ୍ୱେତା ଉପାଧ୍ୟାୟଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବ୍ଳକର ବମାଲୋଇ, ଲପଙ୍ଗା, କତରବଗା ଓ ଘିଚାମୁରା ପଞ୍ଚାୟତର ୩୦ ଜଣ କୃଷକ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଅଂଶ ଗ୍ରହଣ କରିଥିଲେ।

Comments are closed.