‘ସମାଜ’ ପ୍ରଭାବ, ଆରମ୍ଭ ହେଲା ଗୋଲାମାଲ ହାଇସ୍କୁଲର ମରାମତି କାମ

ରେଙ୍ଗାଲି: ଗତ ୭ତାରିଖ ଶୁକ୍ରବାର ଦିନ ଦୈନିକ ‘ସମାଜ’ର ନବମ ପୃଷ୍ଠାରେ ଗୋଲାମାଲ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ‘ନିର୍ମାଣକୁ ୩ବର୍ଷ ପୁରିନି, ଛାତରୁ ଖସିଲାଣି ଅତଢା’ ଶୀର୍ଷକ ଖବର ପ୍ରକାଶିତ ହେଲାପରେ ସ୍କୁଲ କୋଠା ନିର୍ମାଣ କରାଇଥିବା ଗ୍ରାମ୍ୟ ବିଭାଜନ ବିଭାଗ ଏବଂ ଠିକାଦାରଙ୍କ ଭିତରେ ଛନକା ପଶିଯାଇଛି।। ଗ୍ରାମ୍ୟ ବିଭାଜନର ତତ୍ୱାବଧାନରେ ଆଜି ଠାରୁ ସ୍କୁଲ କୋଠାର ମରାମତି କାମ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି। ଖବର ପ୍ରକାଶିତ ହେଲା ପରେ ମରାମତି କାମ ଆରମ୍ଭ ହୋଇଯାଇଥିବାରୁ ଏଥିପାଇଁ ସ୍କୁଲ ପରିଚାଳନା କମିଟୀ, ଶିକ୍ଷକ, ଛାତ୍ର/ଛାତ୍ରୀ ଅଭିଭାବକ ଏବଂ ଜନସାଧାରଣ ପକ୍ଷରୁ ‘ସମାଜ’ କର୍ତ୍ତୃପକ୍ଷଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରାଯାଉଛି।

ଶୁକ୍ରବାର ଖବର ପ୍ରକାଶିତ ହୋଇଥିବା ଦିନର ସନ୍ଧ୍ୟାରେ ଗ୍ରାମ୍ୟ ବିଭାଜନ ବିଭାଗର ଅଧିକାରୀ ଗୋଲାମାଲ ହାଇସ୍କୁଲ କୋଠା ପରିଦର୍ଶନ କରି ସିମେଣ୍ଟ ଅତଡା ଖସି ପଡୁଥିବା ଛାତ, ବାରଣ୍ଡା ଚଟାଣରୁ ଉଠିଯାଇଥିବା ସିମେଣ୍ଟ କଂକ୍ରିଟ, ଉପର ମହଲା ଯିବା ପାଇଁ ତିଆରି ହୋଇଥିବା ସିଡିର ଦବି ଯାଇଥିବା ପାହାଚ ନୀରିକ୍ଷଣ କରିଥିଲେ। ଏହାପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ତାଗିଦ୍‍ରେ ଆଜିଠାରୁ ମରାମତି କାମ ଆରମ୍ଭ ହୋଇଛି। ମରାମତି ସାରିବାକୁ ପ୍ରାୟ ୨ ମାସ ଲାଗିବ ବୋଲି କୁହାଯାଉଛି।

Comments are closed.