ବିଜେପି ନୂତନ ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧନା

ରେଙ୍ଗାଲି: ବିଜେପିର ଲଇଡା ମଣ୍ଡଳର ନବ ମନୋନୀତ ମଣ୍ଡଳ ସଭାପତି ପ୍ରକାଶ ପୃଷ୍ଟିଙ୍କୁ ଆଜି କିନାଲୋଇ ଏବଂ ରେଙ୍ଗଲୋଇ ଗ୍ରାମ ପଞ୍ଚାୟତରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସର ରେ ଉଭୟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ନୂତନ ମଣ୍ଡଳ ସଭାପତି ପ୍ରକାଶ ପୃଷ୍ଟିଙ୍କୁ ଫୁଳମାଳ ଏବଂ ଫୁଳ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମଣ୍ଡଳ ସଭାପତି ଜୟନାରାୟଣ ନାଏକ, ପୂର୍ବତନ ସରପଞ୍ଚ ରାମକୃଷ୍ଣ ଦାସ, ନିର୍ମଳ ସାହୁ, ତପନ ବେହେରା, ଡିଲେଶ୍ୱର ରଣା, ରମଣୀ ରଞ୍ଜନ ରଣା, ଶ୍ରୀକାନ୍ତ ମିର୍ଦ୍ଧା,ରାଜେନ୍ଦ୍ର ମୁଣ୍ଡା, ସଞ୍ଜିତ ମିର୍ଦ୍ଧା, ପିଙ୍କୁ ପଟେଲ, ଅଶୋକ ରୋହିଦାସ, ମନୋଜ ପଟେଲ, ଶ୍ୟାମଲାଲ୍ ପଟେଲ, ରାଜିନ୍ ଭୋଇ, ସନ୍ତୋଷ ଶର୍ମା, ଲାଲ୍ ଉଦ୍ୟନ୍ତ କେଶରୀ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.