ସମ୍ବଲପୁର ପୁଲିସ ପକ୍ଷରୁ କତରବଗା ଥାନାରେ ରକ୍ତଦାନ ଶିବିର

ରେଙ୍ଗାଲି: ଆଜି କତରବଗା ଥାନାରେ ମୋ ସରକାର ୫ଟି ସେଲ୍ ଅଧୀନରେ ସମ୍ବଲପୁର ପୁଲିସ ଦ୍ଵାରା ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଥାନା ଅଧିକାରୀ ପ୍ରତାପ କୁମାର ରଣା ଉଦଘାଟନ କରିଥିଲେ ଏବଂ ଡ଼ାକ୍ତର କଳ୍ପେସ କକଡ ଉପସ୍ଥିତ ଥିଲେ। ଏହି ଶିବିରରେ ସର୍ବମୋଟ ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଥାନା ଅଧିକାରୀ ପ୍ରତାପ ରଣା ନିଜେ ରକ୍ତଦାନ କରିଥିଲେ।

ଏହି ଶିବିରକୁ ଜିଲ୍ଲା ରକ୍ତଭଣ୍ଡାରର ସନ୍ତୋଷ ଗଉଡ, କର୍ମଦେବ ପଟେଲ ଏବଂ ଅମିତ୍ ମହାପାତ୍ର ଓ ଅନ୍ୟ କର୍ମଚାରୀମାନେ ପରିଚାଳନା କରିଥିଲେ। କତରବଗା ଥାନାର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାମଦାସ ପଣ୍ଡା, ଅରବିନ୍ଦ ନାୟକ ଏବଂ ନୟନ ସିଂ ସହଯୋଗ କରିଥିଲେ। ରକ୍ତ ଅଭାବରେ କାହାରି ଜୀବନ ନ ଯାଉ ଏହା ହିଁ ସମ୍ବଲପୁର ପୁଲିସର ଉଦ୍ଦେଶ୍ୟ। ପୁଲିସର ଏହି ଶିବିରକୁ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Comments are closed.