ରାଉରକେଲା ଫିଲ୍ମ ଫେଷ୍ଟିଭାଲ୍ :ପାଠ ଓ ଫାଶୀକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ରେଙ୍ଗାଲି: ଗତ ୭ ତାରିଖରେ ରାଉରକେଲା ଫିଲ୍ମ କ୍ଲବ୍ ଓ ରାଉରକେଲା ଫିଲ୍ମ ଆସୋସିଏସନର ମିଳିତ ଆନୁକୂଲ୍ୟରେ, ସିଭିକ୍ ସେଣ୍ଟର ରାଉରକେଲା ଠାରେ ପଞ୍ଚମ ରାଉରକେଲା ଫିଲ୍ମ ଫେଷ୍ଟିଭାଲ୍ ଆୟୋଜିତ ହୋଇଯାଇଛି। ପ୍ରଥମେ ଅତିଥିମାନେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ କରିଥିଲେ। ଏହାପରେ ଏହି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଫେମ୍ ଫିଲ୍ମ ଇନଷ୍ଟିଚ୍ୟୁଟର ନିର୍ଦେଶକ ହୃଷୀକେଶ ମହାପାତ୍ର ସଭା ପରିଚାଳନା କରିଥିଲେ।ରେଙ୍ଗାଲି ବ୍ଲକ୍ ବାସୁପାଲି ଗ୍ରାମର ଲଲିତ ସାହୁଙ୍କ ଦ୍ବାରା ନିର୍ମିତ ‘ଫାଶି’ ଓ ଠେଲକୋଲୋଇ ଗ୍ରାମର ସୁନୀଲ କୁମାର ନାଥଙ୍କ ଦ୍ବାରା ନିର୍ମିତ ‘ପାଠ’ ଫିଲ୍ମକୁ ଶ୍ରେଷ୍ଠ ଚଳଚିତ୍ର ଭାବେ ପୁରସ୍କୃତ କରାଯାଇଥିଲା।

 

ଏହାସହିତ ମିସ୍ ରାଉରକେଲା ଓ ମିଷ୍ଟର ରାଉରକେଲା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ମିସ୍ ରାଉରକେଲା ଜୁନିୟର ବର୍ଗରେ ନାଭ୍ୟା ବେହେରା ରନର୍ସ ଅପ୍‌ ଏବଂ ଲିପତିସା ଆଚାର୍ଯ୍ୟ ଚମ୍ପିଆନ ହୋଇଥିଲେ। ସେହିପରି ସିନିୟର ଵର୍ଗ ରେ ସ୍ୱାତି ଦାଶ ରନର୍ସ ଅପ୍ ଓ ଖୁସବୁ କୁମାରୀ ଚମ୍ପିୟନ ହୋଇ ଥିଲେ। ଶ୍ରୀମତୀ ରାଉରକେଲା ଵର୍ଗରେ ଶ୍ରୀମତୀ ପ୍ରିୟଙ୍କା ପାଣି ରନର୍ସ ଅପ୍ ଓ ଶ୍ରୀମତୀ ଗାରିମା ପାତ୍ରୀ ଢୋଲକିଆ ଚମ୍ପିଆନ ହୋଇଥିଲେ। ଅତିଥି ମାନଙ୍କ ମଧ୍ୟରେ ଡ.ରୂପାଲି ପଣ୍ଡା, ଶ୍ରୀମତୀ କେ.ଡିଙ୍କ ସହିତ ଅନେକ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ। ଶିଳ୍ପପତି ଡି. ଆର. ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ଅନୁଷ୍ଠିତ ହୋଇଥାଏ।

Comments are closed.