କୁସୁମଡିହିରେ ପଶୁମିତ୍ର ତାଲିମ ଶିବିର

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍‍ ଝାଙ୍କରପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସୁମଡିହି ଗ୍ରାମରେ ସ୍ୱେଚ୍ଛାସେବୀ ସଂସ୍ଥା ମାସ୍‍ ପକ୍ଷରୁ ଠାରୁ ପଶୁମିତ୍ର ତାଳିମ ଶିବର ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ରେଙ୍ଗାଲିର ଏଭିଏଏସ୍‍ ଡା. ସାଗରିକା ମିଶ୍ର ଏବଂ ଟାମ୍ପରକେଲା ପ୍ରାଣୀଧନ ନିରୀକ୍ଷକ ପ୍ରଭାତି ଧର ଯୋଗ ଦେଇ ସ୍ୱେଚ୍ଛାସେବୀ ଏବଂ ଛେଳି ପାଳକମାନଙ୍କୁ ଛେଳି ପାଳନ ଓ ପରିଚାଳନା, ବନ୍ଧ୍ୟାକରଣ ତଥା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ ସଂକ୍ରାନ୍ତରେ ତାଲିମ ଦେଇଥିଲେ। ମାସ୍‍ କର୍ମକର୍ତ୍ତା ସସ୍ମିତା ପୁହାନ, ମୁରାରୀ ପ୍ରଧାନ ଓ ଜୟଦେବ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.