ରେଙ୍ଗାଲି ଅଙ୍ଗନୱାଡ଼ି କର୍ମୀଙ୍କ ସଭା

ରେଙ୍ଗାଲି: ରେଙ୍ଗାଲି ବ୍ଲକରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ସଭା ଗଣେଶ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି। କର୍ମୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। କର୍ମୀଙ୍କୁ ୨୧ ହଜାର ସର୍ବନିମ୍ନ ଭତ୍ତା, ପେନସନ ୧୦ ହଜାର, ସରକାରୀ ମାନ୍ୟତା, ଚାକିରୀ ସର୍ତ୍ତାବଳୀ, ପ୍ରାଥମିକ ଶିକ୍ଷୟତ୍ରୀ ମାନ୍ୟତା ପ୍ରଦାନ ତଥା ସ୍ଥାନୀୟ ସମସ୍ୟା ସମାଧାନ ଦାବିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଡିପିଓ ଜରିଆରେ ୮ ତାରିଖ ଦିନ ଦେବାକୁ ସ୍ଥିର ହୋଇଥିଲା। ମିନି ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ କେନ୍ଦ୍ରୀୟ ଆବାହକ ପ୍ରଶାନ୍ତ ପାଢ଼ୀ ଏବଂ ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢ଼ୀ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ। ଭୂମିକାନ୍ତି କଳସେର ବୀଣା ସାହୁ, ସପ୍ନା ବେସନ, ଝରଣା ନାୟକ, ପିଆମ୍ବରୀ ଜୟପୁରିଆ, ଯଶୋବନ୍ତ ବେହେରା, କୁସୁମ ଲତା ଖମାରୀ, ପ୍ରେମଶୀଲା ପ୍ରଧାନ, ଜୟନ୍ତି ମିଶ୍ର, ରୋନା ହୋତା, ସଞ୍ଜୁ ସାହୁ, ଇତିଶ୍ରୀ ସାହୁ, ଯଶୋବନ୍ତି ସାହୁ, କଳ୍ପନା କାଲୋ, ସବିତା ଦିକ୍ଷିତ ସମେତ ବହୁ ସଂଖ୍ୟାରେ କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ।

Comments are closed.