ଗାଧୋଇବା ସମୟରେ ପାଣିରେ ବୁଡି ମୃତ୍ୟୁ

ରେଙ୍ଗାଲି: ରେଙ୍ଗାଲି ଥାନା ଅନ୍ତର୍ଗତ ଗୁରୁପାଲି ଗ୍ରାମର ଇନ୍ଦ୍ରାଣି ସାହୁ (୩୪) ନାମ୍ନୀ ଜନୈକ ବିବାହିତ ମହିଲା ଗୁରୁବାର ଗ୍ରାମୟ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଯାଇ ମୃତ୍ୟୁ ବରଣ କରିଛନ୍ତି। ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଇନ୍ଦାଣୀଙ୍କ ମୃତଦେହ ଉଦ୍ଧାର କରାଇ ପଞ୍ଚନାମା କଲା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ଋଜ୍ଜୁ କରି ତଦନ୍ତ ଜାରି ରଖିଥିବାର ଜଣାପଡିଛି।

Comments are closed.