ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କ ତିରୋଧାନ ଦିବସ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡା ଠାରେ ଥିବା ପୂଜ୍ୟପୂଜା ସଂସଦ ପକ୍ଷରୁ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ସଂସଦର ସଭାପତି ସରୋଜ ପୂଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଇନ୍ଦିରା ଗାନ୍ଧିଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଏବଂ ଧୂପ ଦୀପ ପ୍ରଜ୍ୱଳନ କରାଯାଇଥିଲା।

 

କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ଭୋଇ, ସାମ୍ବାଦିକ ହରିହର ନାଥ, ଅଧ୍ୟାପକ ବିଶ୍ୱନାଥ ପଟେଲ, ଅଧ୍ୟାପକ ନିଜାମୁଦ୍ଦିନ ଅଲ୍ଲି, ଶାସନ କଳେଜର ଅଧ୍ୟକ୍ଷ ଶୋଷିତ ନାଏକ ପ୍ରମୁଖ ଯୋଗ ଦେଇ ଇନ୍ଦିରା ଗାନ୍ଧିଙ୍କ ଜୀବନୀ, ବ୍ୟକ୍ତିତ୍ୱ ଏବଂ ତାଙ୍କର ପ୍ରଧାନମନ୍ତ୍ରୀତ୍ୱ ସମୟରେ ହୋଇଥିବା ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

Comments are closed.