ଜେଏସଡବ୍ଲ୍ୟୁ ଭୂଷଣ କାରଖାନାରେ ଦୁର୍ଘଟଣା

ରେଙ୍ଗାଲି: ଠେଲକୋଲୋଇ ଠାରେ ଥିବା ଜେଏସଡବ୍ଲ୍ୟୁ ଦ୍ୱାରା ପରିଚାଳିତ ଭୂଷଣ ଷ୍ଟିଲ କାରଖାନାର ସିଣ୍ଟର୍ ପ୍ଳାଣ୍ଟଦେଇ ଯାଇଥିବା ରାସ୍ତାରେ ଆଜି ଦିନ ୧୧ଟା ସମୟରେ କୋଇଲା ବୋଝେଇ ଟ୍ରକ୍ ନଂ ଓଡି-୨୩-ଡି-୨୭୧୮ ଏକ ଆକ୍ଟିଭାକୁ ଧକ୍କା ଦେଇଥିଲା। ଫଳରେ ଆକ୍ଟିଭାରେ ଥିବା ସିନିୟର ଇଞ୍ଜିନିୟର ରାମନାରାୟଣ ନାଏକ (୩୨) ଅତି ଗୁରୁତର ଆହତ ହୋଇଛନ୍ତି। ଟ୍ରକ୍ ଚକର ଚାପାରେ ତାଙ୍କର ଡାହାଣ ଗୋଡ ଭାଙ୍ଗିଯିବା ସହିତ ଶରୀର ବିଭିନ୍ନ ରେ ଆଘାତ ଲାଗିଥିବାର କୁହାଯାଉଛି। ଆହତ ଇଞ୍ଜିନିୟର ଶ୍ରୀ ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କମ୍ପାନୀର ଆମ୍ବୁଲାନ୍ସରେ ନିଆଯାଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସ ପାଇଁ ଭର୍ତ୍ତି କରାଯଉାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲାରୁ ଭୂବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବାର ଜଣାପଡିଛି। ଆହତ ଇଞ୍ଜିନିୟର ଶ୍ରୀ ନାଏକ ଭବାନୀପାଟଣାର ବାସିନ୍ଦା ବୋଲି କୁହାଯାଉଛି। ଏସଂକ୍ରାନ୍ତରେ ଠେଲକୋଲୋଇ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଟ୍ରକ୍ ଏବଂ ଆକ୍ଟିଭା ଜବତ କରି ତଦନ୍ତ ଜାରି ରହିଥିବା ପ୍ରକାଶ।

ଭୟାବହ ପ୍ରୁଦୁଷଣରେ ଅତିଷ୍ଠ ହୋଇ ଗତ ରାତିରେରେ ଠେଲକୋଲୋଇ ସ୍ଥିତ ଆର୍.ଏଣ୍ଡ.ଆର୍ କଲୋନୀର ବାସିନ୍ଦା ଜେଏସଡବ୍ଳୁ -ଭୂଷଣ କାରଖାନା ର ମୁଖ୍ୟ ଫାଟକ ଅବରୋଧ କରି ଆନ୍ଦୋଳନ କରିଥିଲେ। ଠେଲକୋଲୋଇ ପୁଳିସ ଏବଂ ଜେଏସଡବ୍ଳୁ ର ପ୍ରଶାନିକ ମୁଖ୍ୟ ଧନଞ୍ଜୟ ସିହ୍ନା ଘଟଣା ସ୍ଥଳକୁ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ଆଜି ତ୍ରିପାକ୍ଷିକ ଆଲୋଚନା କରି ସମଧାନର ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା।

Comments are closed.