୩ ବର୍ଷ ହେଲା ସରୁନି ରଙ୍ଗଟିକ୍ରା ଯାତ୍ରା ମଣ୍ଡପ ନିର୍ମାଣ କାମ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ ଲଇଡା ଗ୍ରାମ ପଞ୍ଚାୟତ ରଙ୍ଗଟିକ୍ରା ଗ୍ରାମରେ ୩ବର୍ଷ ହେଲା ଯାତ୍ରାମଣ୍ଡପ କାମ ସରୁନାହିଁ। ଏହି ଗ୍ରାମରେ ଏକ ଯାତ୍ରା ମଣ୍ଡପ ନିର୍ମାଣ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରୁ ୩ବର୍ଷ ପୂର୍ବେ କାମ ଆରମ୍ଭ କରାଯାଇଥିଲା। ଯାତ୍ରା ପେଣ୍ଡାଲ୍ ଓ ୧୬ଟି ପିଲାର୍ ତିଆରି କଲା ପରେ କାମ ସେମିତି ପଡିରହିଛି। ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ବାଚିତ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସେଥିରେ କୌଣସି ସୁଫଳ ମିଳୁନାହିଁ।

ଯାତ୍ରା ମଣ୍ଡପରେ ପ୍ରତି ବର୍ଷ ନାମ ଯଜ୍ଞ ଆୟୋଜିତ ହେଉଛି। ଏହା ସହିତ ଗ୍ରାମର ବିଭିନ୍ନ ସମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ମଣ୍ଡପ ଅଧାପନ୍ତରିଆରେ ପଡି ରହିଥିବାରୁ ଉପରୋକ୍ତ କାର୍ଯ୍ୟକ୍ରମ ଆୟୋଜନରେ ସମସ୍ୟା ସୃଷ୍ଟି ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଗ୍ରାମବାସୀଙ୍କ ସାମୁହିକ ସୁବିଧା ଦୃଷ୍ଟିରୁ ଅଧାପନ୍ତରିଆରେ ପଡିଥିବା ଯାତ୍ରା ମଣ୍ଡପର ନିର୍ମାଣ କାମ ଶୀଘ୍ର ସମ୍ପୂର୍ଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.