ଲଇଡା କଳେଜରେ କୋଭିଡ୍ ସଚେତନତା ସଭା

ରେଙ୍ଗାଲି: ଲଇଡା ସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ଅଧ୍ୟୟନ କରିବାକୁ ଆସିଥିବା ଛାତ୍ର/ଛାତ୍ରୀ ଏବଂ ଅଭିଭାବକମାନଙ୍କୁ ନେଇ କୋଭିଡ୍ ସଚେତନତା ସଂକ୍ରାନ୍ତରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଡ.ବସନ୍ତ କୁମାର ନାଏକଙ୍କ ସଭାପତିତ୍ୱ ଏବଂ ଅଧ୍ୟାପକ ଅଶୋକ ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ କୋଭିଡ୍ ନିରାକରଣ ପାଇଁ ସରକାର ଜାରି କରିଥିବା ମାର୍ଗଦର୍ଶିକା ଉପରେ ଅଧ୍ୟାପକ ଶ୍ରୀ ପ୍ରଧାନ ସମବେତ ଛାତ୍ର/ଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ଅବଗତ କରି ମାର୍ଗଦର୍ଶିକା ପାଳନ କରିବାକୁ ପରାମର୍ଶ ଦେଇଥିଲେ।

 

ଏହାବ୍ୟତୀତ ଅଧ୍ୟାପକ ପ୍ରଶାନ୍ତ ପଟେଲ,ଜୟନାରାୟଣ ଶତପଥୀ, ପ୍ରଫୁଲ୍ଲ କୁମାର ଭୋଇ ପ୍ରମୁଖ ତାଙ୍କ ବକ୍ତବ୍ୟ ରେ ମହାବିଦ୍ୟାଳୟ ରେ ଅଧ୍ୟତନ କଲେ କିପରି ସରକାର ଙ୍ଦକ ଦ୍ୱାରା ପ୍ରଣୟନ କରାଯାଇଥିବା ନୀତି ନିୟମ ର କିପରି ଅନୁପାଳନ କରିବାକୁ ହେବ ଏବଂ ଅଭିଭାବକ ମାନଙ୍କ ର ଏଦିଗରେ ଥିବା ଭୂମିକା ତୁଲାଇବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ଅଧ୍ୟାପକ ଜିତେନ୍ଦ୍ର ସିଂ,ଆଷିଷ ପାଣିଗ୍ରାହୀ ,ଡେମୋନ୍ଷ୍ଟ୍ରେଟର ବିକାଶ ଚୌଧୁରୀ, ଟିକେଶ୍ୱର କଣ୍ଟା ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ଅଧ୍ୟାପକ ଶ୍ରୀକାନ୍ତ ପଟେଲ,ଅଲେଖ ଦ୍ୱିବେଦୀ,କରୁଣାକର ନାଏକ, ବିଶ୍ୱନାଥ ପଟେଲ ସାଇଦା ବାନୋ, ସୁସ୍ମିତା ବେହେରା ଏବଂ ବହୁ ସଂଖ୍ୟକ ଅଭିଭାବକଏବଂ ନବାଗତ ଛାତ୍ର/ଛାତ୍ରୀ ଉପସ୍ଥିତ ଥିଲେ।

Comments are closed.