ସ୍ଵାଧୀନ ଏକତା ସଂଗଠନର ପ୍ରଶଂସନୀୟ କାର୍ଯ୍ୟ

ରେଙ୍ଗାଲି: ସ୍ଵାଧୀନ ଏକତା ସଂଗଠନ ଓ ରେଡକ୍ରସ ସମ୍ବଲପୁରର ମିଳିତ ଆନୁକୁଲ୍ୟ ରେ ଆଜି ଏକ ଜନମଙ୍ଗଳ କାର୍ଯ୍ୟ ସମ୍ପାଦନ କରାଯାଇଛି। ରେଙ୍ଗାଲି ସ୍ଥିତ ବେତ୍ରାପଡ଼ା ଗ୍ରାମରେ ଶ୍ରୀମତୀ କୁନି ବେହେରାଙ୍କ ସ୍ବାମୀ ସ୍ୱର୍ଗତଃ ଭକ୍ତ ବେହେରା ବହୁ ଶୋଚନୀୟ ଅବସ୍ଥାରେ ଜୀବନ ଯାପନ କରି ଆସୁଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଘୋର ଆର୍ଥିକ ସଙ୍କଟରେ ଜୀବନ ଯାପନ କରୁଥିଲେ। ତାଙ୍କର ୩ ଝିଅ ଅଛନ୍ତି ଏବଂ ଚାରି ପ୍ରାଣୀ କିପରି ଜୀବନ ବିତାଉଛନ୍ତି ତାହା ବର୍ଣ୍ଣନା କରିବା ମଧ୍ୟ ଜଟିଳ। ଏସଂକ୍ରାନ୍ତରେ ସଂଗଠନ ଅବଗତ ହେଲା ପରେ ସଂଗଠନର ସଂଯୋଜକ ପଦ୍ମନାଭ ଭୋଇ, ସଦସ୍ୟ ତାରାକାନ୍ତ ପଟ୍ଟନାୟକ, ହରିଶ ସହା, ସ୍ବାଗତ ପଧନ ଓ ଅନିଲ ଗୋୟଲ୍ ତାଙ୍କ ପାଖକୁ ଯାଇ ୧୫ ହଜାର ଟଙ୍କା ଧନ ରାଶିର ସହଯୋଗ ପ୍ରଦାନ କରିଥିଲେ ଯାହା ଦ୍ଵାରା କି ସେ ଏକ କ୍ଷୁଦ୍ର ବ୍ୟବସାୟ ପ୍ରାରମ୍ଭ କରିବାରେ ସକ୍ଷମ ହୋଇ ପାରିବେ। କୁନି ସହଯୋଗ ପାଇ କହିଥିଲେ ଯେ ସେ ତାଙ୍କର କୌଳିକ ବୃତ୍ତିକୁ ପୁନଃ ଆରମ୍ଭ କରି ନିଜର ସଂସାର ସୁଖ-ଦୁଃଖରେ ଚଳାଇ ନେବେ।

Comments are closed.