ରେଙ୍ଗାଲି ଅଞ୍ଚଳରେ ଶାରଦୀୟ ଦୁର୍ଗା ପୂଜା

ରେଙ୍ଗାଲି: ଶରତଋତୁର ସ୍ୱଚ୍ଛ ଆକାଶ ଧରାପୃଷ୍ଟରେ କାଶତଣ୍ଡି ସମ୍ଭାର, ମହାମାରୀର କରାଳ ଛାୟାରେ ବି ପୃଥିବୀ ପୃଷ୍ଟରେ ସୌନ୍ଦର୍ୟ୍ୟର ସମାହାରରେ ମା ଜଗତ୍ ଜନନୀ ଦୁର୍ଗା ମୃଣ୍ମୟୀ ରୂପରେ ଦର୍ଶନ ଦେବା ପାଇଁ ଧରାବତରଣ କରିଛନ୍ତି। ଶକ୍ତି ସ୍ୱରୂପା ଦେବୀ ଦୁର୍ଗାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। କରୋନା ମହାମାରୀର କଟକଣା ଯୋଗୁଁ ରେଙ୍ଗାଲି ବ୍ଳକ୍ ଅଞ୍ଚଳର ବିଭିନ୍ନ ସ୍ତାନ ରେ ଆୟୋଜିତ ହେଉଥିବା ଦୁର୍ଗା ପୂଜା ରେ ଅନ୍ୟ ବର୍ଷ ଭଲି ବିଶେଷ ସାଜସଜ୍ଜା, ରଙ୍ଗୀନ ଆଲୋକମାଳା, ଅକାର୍ଷଣୀୟ ତୋରଣର ଝଲକ ତଥା ମନୋରଞ୍ଜନ କାର୍ୟ୍ୟକ୍ରମ ଆୟୋଜନ ହେଉଥିବାର ଦେଖିବାକୁ ମିଳୁ ନଥିଲେ ବି ଶାରଦୀୟ ପୂଜା ଏବଂ ବଜାର ବେଶ୍ ଚଳ ଚଞ୍ଚଳ ହୋଇ ଉଠିଛି।

 

ରେଙ୍ଗାଲି ବସ୍ ଷ୍ଟାଣ୍ଡ. ଠେଲକୋଲୋଇ,କତରବଗା, ରାମଚନ୍ଦ୍ରନଗର,ରଙ୍ଗଟିକ୍ରା ,ମାନିକମୁଣ୍ଡା ଆଦି ସ୍ଥାନରେ ମୃଣ୍ମୟୀ ଦେବୀ ଙ୍କ ଶାରଦୀୟ ପୂଜା ଶାକ୍ତ ପରମ୍ପରା ଆନୁସାରେ ଅନୁଷ୍ଠିତ ହେଉଛି। ମହାଷଷ୍ଠୀରେ ବିଲ୍ୱ ବରଣ, ଅଙ୍କୁରାରୋପଣ, କଳସଯାତ୍ରା ଏବଂ କଳସ ସ୍ଥାପନ ଆଦି ବିଧି ସମ୍ପନ୍ନ ହୋଇ ସାରିଛି। ଆଜି ପୂଜା ମଣ୍ଡପରେ ଦେବୀଙ୍କ ମହାସପ୍ତମୀ ପୂଜା ଏବଂ ଭାଇଜିଉନ୍ତିଆ ଓଷା ବିଧିମତେ ସମ୍ପନ୍ନ କରାଯାଇଛି। ୧୩ ତାରିଖ ବୁଧବାର ମହାଷ୍ଟମୀ ପୂଜା ଏବଂ ରାତି ରେ ସନ୍ଧିପୂଜା । ୧୪ ତାରିଖ ଗୁରୁବାର ମହାନବମୀ ଓ ଚଣ୍ଡି ହୋମ। ୧୫ ତାରିଖ ଶୁକ୍ରବାର ଦିନ ବିଜୟା ଦଶମୀ, ଅପରାଜିତା ପୂଜା ଏବଂ ପୂର୍ଣାହୂତି ବିଧି ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।

Comments
Loading...