ଲଇଡା ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ କର୍ମଶାଳା

ରେଙ୍ଗାଲି: ଲଇଡା ଟାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ ଶିଶୁ ବାଟିକାର ମାଆମାନଙ୍କୁ ନେଇ ଏକ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଚାଳନା କମିଟୀ ସମ୍ପାଦକ ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ କୁମାର କଟାରୀ ସ୍ୱଗତ ଭାଷନ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିଶୁ ବାଟିକାର ପ୍ରମୁଖ ଅଚାର୍ଯ୍ୟ ବିନିତା ନାୟକ ମାତୃ କର୍ମଶାଳା ଆୟୋଜନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସଂକ୍ରାନ୍ତରେ ବକ୍ତବ୍ୟ ରଖିଥିଲେ। ଅଚାର୍ଯ୍ୟ ଉମେଶ କାହାଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଶେଷରେ ଆଚାର୍ଯ୍ୟ ନଳିନୀ ପଋଷେଠ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.