ରେଙ୍ଗାଲିରେ ୩୨ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ

ରେଙ୍ଗାଲି : ରେଙ୍ଗାଲି ପୁଳିସ ପକ୍ଷରୁ ଏଲ୍.ଏଣ୍ଡ୍.ଟି କମ୍ପାନୀର ସହଯୋଗରେ ଆଜି ୩୨ତମ ଜାତୀୟ  ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ୱର ସାହୁଙ୍କ ନେତୃତ୍ୱରେ ସମସ୍ତ ପୁଳିସ କର୍ମଚାରୀ. ଏଲ୍ଏଣ୍ଡଟି ର ରୁଟ୍ ଅଫିସର ମନୋଜ ପଟ୍ଟନାୟକ, ଜିଲ୍ଲା ଟ୍ରାଫିକ ସଂଯୋଜକ ପଦ୍ମଲୋଚନ ଭୋରାସାଗର,  ସାମ୍ବାଦିକ ନରେଶ ମହାଣା, ସୁବ୍ରତ ପାଢି, ଦେବବ୍ରତ ପଣ୍ଡା.ନନ୍ଦଲାଲ ବିଶ୍ୱାଲ ଏବଂ ରେଙ୍ଗାଲି ର ସୁରଜମଲ୍ କଳେଜ ର ଛାତ୍ର ମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ରେଙ୍ଗାଲି ସହର ପରିକ୍ରମା କରିଥିଲେ। ଏହାପରେ ରେଙ୍ଗାଲି ତହସିଲ ଛକରେ ରେଙ୍ଗାଲି ଥାନାର ଏସ୍.ଆଇ ପବିତ୍ର କୁମାର ସାହୁଙ୍କ ସଂଯୋଜନା ଆୟୋଜିତ ସଚେତନତା ସଭାରେ ରେଙ୍ଗାଲି ସାମ୍ବାଦିକ ସଂଘ ର ସଭାପତି ହରିହର ନାଥ ମୁଖ୍ୟ ଅତିଥି, ଇଲେକଟ୍ରୋନିକ୍ସ ମିଡିଆ ସଂଘ ର ସଭାପତି ରମାକାନ୍ତ ବିଶ୍ୱାଲ, ମୁଖ୍ୟବକ୍ତା ଥାନା ଅଧିକାରୀ ଧବଳେଶ୍ୱର ସାହୁ, ଏଲ୍ଏଣ୍ଡଟି କମ୍ପାନୀ ରୁଟ୍ ଅଫିସର ମନୋଜ ପଟ୍ଟନାୟକ, ଟ୍ରାଫିକ୍ ସଂଯୋଜକ ପଦ୍ମଲୋଚନ ଭୋରାସାଗର ସମ୍ମାନିତ ବକ୍ତା ରୂପେ ଯୋଗ ଦେଇ ସଡକ ସୁରକ୍ଷା ସପ୍ତାହ ପାଳନର ଉଦ୍ଦେଶ୍ୟ, ଲକ୍ଷ୍ୟ ଏବଂ ଟ୍ରାଫିକ୍ ନିୟମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଟ୍ରାଫିକ୍ ନିୟମକୁ ନିଷ୍ଠାର ସହିତ ପାଳନ କରିବା ସହିତ ବାଇକ୍ ଚଲାଇବା ସମୟରେ ହେଲମେଟ୍ ଏବଂ ଚାରିକିଆ ତଥା ଭାରିଯାନ ଚାଳନା ସମୟରେ ସିଟ୍ ବେଲ୍ଟ ପରିଧାନ କରିବାକୁ ଆହ୍ୱାନ ଦେଇଥିଲେ। ସଭା ଶେଷ ହେବାପରେ ସମ୍ବଲପୁର ତହସିଲ ଛକ ଦେଇ ଯାତାତାୟାତ କରୁଥିବା ବାଇକ୍ ଚାଳକ ତଥା ଚାରିଚକିଆ ଏବଂ ଭାରିଯାନ ଚାଳକ ମାନଙ୍କୁ ଗୋଳାପ ଫୂଳ ଉପହାର ଦେଇ ଟ୍ରାଫିକ୍ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା।

Comments are closed.