ପଞ୍ଚାୟତ ନିର୍ବାଚନ -ଚର୍ଚ୍ଚା ରେ ଝାଙ୍କରପାଲି ଓ ରେଙ୍ଗାଲି ପଞ୍ଚାୟତ

ରେଙ୍ଗାଲି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳର ରାଜନୈତିକ ମାହୋଲ୍ କ୍ରମଶଃ ସରଗରମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସିବ ସହରର ଚାକଚକ୍ୟ ଛାଡି ବଡବଡ ନେତା ଗାଁକୁ ଆସିବେ ଏବଂ ପ୍ରଚାର ପ୍ରସାର ଜୋରସୋରରେ କରିବେ। ଗ୍ରାମ୍ୟ ରାଜନୀତି ଆହୁରି ସରଗରମ ହୋଇଛି। ଇତି ମଧ୍ୟରେ ପ୍ରାର୍ଥୀୀ ପତ୍ର ଦାଖଲ, ଯାଞ୍ଚ ଏବଂ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଯାଇଛି। ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ଙ୍କ ତାଳିକା ପ୍ରକାଶ ପାଇଛି। ପ୍ରକାଶିତ ତାଳିକାରେ ନିର୍ବାଚନ ମଇଦାନରେ ପୂର୍ବରୁ ନିର୍ବାଚିତ ହୋଇ ବିଭିନ୍ନ ପଦରେ ଅଧିଷ୍ଠିତ ଥିବା ଅନେକ ପୁରୁଣା ପ୍ରତିଷ୍ଠିତ ନେତାଙ୍କ ସହିତ ନୂଆ ନେତା ବିଭିନ୍ନ ପଦରେ ପ୍ରତିଦ୍ୱନ୍ଦ୍ବିତା କରୁଥିବାର ଦେଖିବାକୁ ମିଳୁଛି। ପୁରୁଣା ଓ ନୂଆ ନେତାଙ୍କ ମଧ୍ୟରେ ଲଢେଇ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ପ୍ରତିଦ୍ୱନ୍ଦିତା କରୁଥିବା ପୁରୁଣା ନେତା ମାନଙ୍କ ମଧ୍ୟରେ ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ଜିତେନ୍ଦ୍ର ପ୍ରସାଦ ପଣ୍ଡା, ପୂର୍ବତନ ବ୍ଳକ୍ ଅଧ୍ୟକ୍ଷା ଦୟାବତୀ ମୁଣ୍ଡା, ପୂର୍ବତନ ବ୍ଳକ୍ ଉପାଧ୍ୟକ୍ଷ କିରଣ ବେହେରା ବର୍ତ୍ତମାନ ବ୍ଳକ୍ ଉପାଧ୍ୟକ୍ଷ ଥିବା ସତ୍ୟନରାୟଣ ଅଗ୍ରଓାଲା, ବର୍ତ୍ତମାନ ଜୋନ୍ (୧)ଜିଲ୍ଲା ପରିଷଦ ସଭ୍ୟ ଥିବା ତିରୋଜ ହେଡେଞ୍ଜା, ଜୋନ୍ (୨) ଜିଲ୍ଲା ପରିଷଦ ସଭ୍ୟା ଥିବା ଉତ୍ପଲା ଧୁରୁଆ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ପଟେଲ, ପୂର୍ବତନ ସମିତି ସଭ୍ୟ ସନାତନ ମିର୍ଦ୍ଧା, ପୂର୍ବତନ ସରପଞ୍ଚ ଫକିର ମୋହନ ସାହୁ, ଲଇଡା ସରପଞ୍ଚ ଯୁଗଳ କିଶୋରସାହୁ, ଟାମ୍ପରକେଲା ସରପଞ୍ଚ ସନାତନ ସାହୁ ପ୍ରମୁଖଙ୍କ ନାମ ଉଲ୍ଲେଖ ଯୋଗ୍ୟ।

 

ଉପରୋକ୍ତ ନେତାମାନଙ୍କ ମଧ୍ୟରୁ ଜିତେନ୍ଦ୍ର ପ୍ରସାଦ ପଣ୍ଡା.କିରଣବେହେରା, ସତ୍ୟନରାୟଣ ଅଗ୍ରଓାଲ. ଦୟାବତୀ ମୁଣ୍ଡା ଏବଂ ଅଶ୍ୱିନି ପଟେଲ, ସନାତନ ସାହୁ ସମିତି ସଭ୍ୟ ପଦରେ ପ୍ରତିଦ୍ୱନ୍ଦିତା କରୁଥିବାରୁ ବିଜୟୀ ହେଲେ ଏହି ନେତାମାନେ ବ୍ଳକ୍ ଅଧ୍ୟକ୍ଷ ପଦ ପାଇଁ ଦାବୀଦାର ହେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ରେ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ଅପର ପକ୍ଷରେ ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟ ଥିବା ତିରୋଜ ହେଡେଞ୍ଜା, ସଭ୍ୟା ଉତ୍ପଲା ଧୁରୁଆ, ପୂର୍ବତନ ସମିତି ସଭ୍ୟ ସନାତନ ମିର୍ଦ୍ଧା ପ୍ରମୁଖ ଏଥର ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଲଇଡା ସରପଞ୍ଚ ଯୁଗଳ କିଶୋର ସାହୁ ଓାର୍ଡ ସଭ୍ୟ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ପୁରୁଣା ଏବଂ ନୂଆ ନେତା ମଧ୍ୟରେ ହେଉଥିବା ଲଢେଇ ରେ କିଏ ଜିତିବ ,କିଏ ହାରିବ ପ୍ରତିଦ୍ୱନ୍ଦ୍ବିତାର ଫଳାଫଳ କଣ ହେବା ଏହାକୁ ନେଇ ଜନସାଧାରଣରେ ଉତ୍କଣା ପ୍ରକାଶ ପାଉଛି।

Comments are closed.