ରେଙ୍ଗାଳି ଡ୍ୟାମରୁ ପ୍ରଥମ ଜଳ ନିଷ୍କାସନ, ଆଂଶିକ ଖୋଲିଲା ୭ନଂ ଗେଟ

କଣିହାଁ: ଆସନ୍ତାକାଲି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ, ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା କରି ଡ୍ୟାମରୁ ପ୍ରଥମ କରି ପୁଣି ଗୋଟିଏ ଗେଟ ଆଂଶିକ ଖୋଲା ଯାଇଛି। ଶନିବାର ରାତି ୯ଘଟିକା ସମୟରେ ଚିଫ ଇଂଜିନିୟର ନରେଶ ନାରାୟଣ ନାୟକ, ନିର୍ବାହୀ ଯନ୍ତ୍ରୀ ଅଜିତ ଜେନାଙ୍କ ଉପସ୍ଥିତିରେ ଡ୍ୟାମର ସମୁଦାୟ ୨୪ଟି ଗେଟ ମଧ୍ୟରୁ ୭ନଂ ଗେଟକୁ ଆଂଶିକ ଖୋଲାଯାଇଛି।

ଡ୍ୟାମ ଭିତରକୁ ବର୍ତମାନ ପ୍ରତି ସେକେଣ୍ଡରେ ୨୫୦୨ ଘନମିଟର ଜଳ ପ୍ରବେଶ କରୁଥିବା ବେଳେ ୧୧୮୦ ଘନମିଟର ଜଳ ନିଷ୍କାସିତ ହେଉଛି। ରାତି ୧୦ ଘଟିକା ସୁଧା ଡ୍ୟାମର ଜଳସ୍ତର ୧୨୧.୫୭ ମିଟର ରହିଥିବା ବିଭାଗୀୟ ସୁତ୍ରରୁ ପ୍ରକାଶ।

Comments are closed.