ଟ୍ରେକରକୁ ଧକ୍କା ଦେଇ ଜଣେ ଆଇଟି ଛାତ୍ର ଗୁରୁତର, ଅଳ୍ପକେ ବର୍ତ୍ତିଲେ ଦୁଇ

ରେଙ୍ଗାଲିକ୍ୟାମ୍ପ: ଆଜି ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଅତାବିରା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ସମ୍ମୁଖରେ ବାଇକରେ ଦୃତ ବେଗରେ ଆସୁଥିବା ତିନିଜଣ ଆଇଟି ଛାତ୍ର ସମ୍ମୁଖରେ ଯାଉଥିବା ଏକ ଟ୍ରେକର ସହ ଧକ୍କା ହୋଇ ଛିଟିକି ପଡ଼ିଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ବାଇକରେ ଥିବା ଅନ୍ୟ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଘଟଣାରୁ ଜଣାପଡ଼ିଛି ଯେ ବରଗଡ ପଟୁ ସମ୍ବଲପୁର ଅଭିମୁଖେ ତିନିଜଣ ଆଇଟି ଛାତ୍ର ଏକ ବାଇକରେ ଅତି ଦୃତ ବେଗରେ ଆସୁଥିବାବେଳେ ଟ୍ରେକର ସହ ଧକ୍କା ହୋଇଥିଲା। ଫଳରେ ବାଇକରେ ବସିଥିବା ତିନି ଜଣ ଆରୋହ ଛିଟିକି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବାବେଳେ ଅନ୍ୟ ଦୁଇଜଣ ସୌଭାଗ୍ୟବସତଃ ବର୍ତ୍ତି ଯାଇଥିଲେ। ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ଅତାବିରା ଏସଆଇ ଅନିମା ଏକ୍କା ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Comments are closed.