ଲରମ୍ଭା ଛକରେ କାର୍-ବାଇକ ମୁହାଁମୁହିଁ  ଦୁଇ ଗୁରୁତର

ରେଙ୍ଗାଲି କ୍ୟାମ୍ପ:ବରଗଡ଼ ଜିଲ୍ଲା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା-ତ୍ରୁରୁମ ୫୪ ନମ୍ବର ରାଜ୍ୟ ରାଜପଥର ଲରମ୍ଭା ଛକରେ କାର୍ ଓ ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର ହୋଇଛନ୍ତି। ଯାହା ତୁରୁମ ପଟୁ ହୋଣ୍ଡାଇ ଓଡ଼ି ୧୭ ଜେ ୯୬୫୬କାର୍ ଆସୁଥିବା ବେଳେ ଗୋଡ଼ଭଗା ପଟୁ ବଜାଜ୍ ସିଟି ବାଇକ ଓ ଆର୍ ୧୫ ଏଚ୍ ୪୨୩୦ ଗାଡି ଧକ୍କା ହେଇ ବାଇକରେ ଥିବା ବିନୋଦ ଜୁଆଡି(୨୫)ଓ ସମାରୁ ଖେତି(୨୨)ଗୁରୁତର ହୋଇ ଗୋଡ଼ ଭାଙ୍ଗି ଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।ଏନେଇ ଗୋଡ଼ଭଗା ଫାଣ୍ଡି ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ଗୁରୁତ ର ବ୍ୟକ୍ତି ମାନଙ୍କୁ ଚିକିତ୍ସାଲୟ କୁ ପଠାଇ ଅଧିକ ତଦନ୍ତ ଚଳାଇ ଥିବା ଜଣାପଡିଛି।

Comments are closed.