କାଣ୍ଡପାଲି ସ୍କୁଲରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ରେଙ୍ଗାଲି କେମ୍ପ୍: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଏନ୍ ଏ ସି ସ୍ଥିତ ୱାର୍ଡ ନଂ ୧୨ କାଣ୍ଡପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦଘାଟନି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ସଭାପତିତ୍ବ କରିଥିବା ବେଳେ ସଂପାଦନ ଦାୟିତ୍ଵରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ରହିଥିଲେ।ଶିକ୍ଷୟିତ୍ରୀ ରଶ୍ମି ରାଣୀ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକର ୧୪ଟି କ୍ଲଷ୍ଟରରୁ ଗୀତ, ରଚନା, ଚିତ୍ରାଙ୍କନ, ନୃତ୍ୟ ଓ ବିତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୨୬ ପ୍ରତିଯୋଗୀମାନେ ବ୍ଲକ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏମାନଙ୍କ ମଧ୍ୟରୁ ୯ଜଣ ପ୍ରତି ଯୋଗୀ ଜିଲ୍ଲା ସ୍ତରକୁ ଯିବା ପାଇଁ ମନୋନୀତ ହୋଇଛନ୍ତି।ସେହିପରି ଉଦଯାପନୀ ଉତ୍ସବରେ ଜିଲ୍ଲା ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ମନୋଜ ସାହୁ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପମଞ୍ଜରି ଦେହେରି, କଂସ ଅଭିନେତା ଭୁବନ ପ୍ରଧାନ, ସମ୍ବଲପୁରୀ ଚଳଚ୍ଚିତ୍ର ଅଭିନେତ୍ରୀ ତପସ୍ଵିନୀ ଗୁରୁ, ଜିଲ୍ଲା ଶାରୀରିକ ନିରୀକ୍ଷକ ଆଶୁତୋଷ ଦେ, ସ୍କୁଲ ପରିଚାଳନା କମିଟିର ସଭାପତି ଲୋଚନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସୁରଭି କାର୍ଯ୍ୟକ୍ରମରେ ଆୟୋଜକ କମିଟିର ଶିକ୍ଷକ ସନ୍ତୋଷ କର ବିବରଣୀ ପଠନ କରିଥିବା ବେଳେ ମଞ୍ଚ ପରିଚାଳନା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଶିକ୍ଷକ ବଳରାମ ସାହୁ ସହଯୋଗ କରିଥିଲେ। ସୁରଭି ଆୟୋଜକ ସଂଯୋଜକ ଅତାବିରା ପ୍ରାଥମିକ ସଂଘର ସଂପାଦକ ରଶ୍ମି ରଞ୍ଜନ ସାହୁ ଅତିଥି ସ୍ଵାଗତ ଜଣାଇଥିଲେ। ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଉଦଯାପନୀ ସଙ୍ଗୀତ ସହ ଅତିଥିମାନଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ। ସକାଳ ୯ଟାରୁ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ସୁରଭି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥିମାନଙ୍କୁ ଖଇର ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ଵାରା ଦୁଲୁଦୁଲି ବାଦ୍ୟର ତାଳେ ତାଳେ ସ୍ଵାଗତ ଜଣାଇଥିଲେ। କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ଭାବେ ଗ୍ରାମର ପ୍ରତ୍ୟେକ ଘର ସମ୍ମୁଖରେ ରଙ୍ଗୋଳୀ, ଝୋଟି ସହ ପୂର୍ଣ୍ଣ କୁମ୍ଭ କଳସ ବସାଇ ଜନ ମାନସରେ ଶୋଭା ବର୍ଦ୍ଧନ କରିଥିଲେ ଗ୍ରାମବାସୀ। ବିଭିନ୍ନ ସ୍କୁଲର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଥିଲା ଗାଁ ପରିସର।

ବ୍ଲକ ସ୍ତରୀୟ ଏହି ସୁରଭିର ବିଭିନ୍ନ ପ୍ରତିଯୋଗିତାରେ ବ୍ଲକ ମୋଟ ୧୨୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ତର୍କ ପ୍ରତିଯୋଗିତାରେ ଚକୁଳି କ୍ଲଷ୍ଟରା ଲରlସରା ହାଇସ୍କୁଲର ନିବେଦିତା ନାଗ, ପ୍ରବନ୍ଧରେ ଜହ୍ନାପଡ଼ା କ୍ଲଷ୍ଟର ଜହ୍ନାପଡ଼ା ହାଇସ୍କୁଲର ଯାମିନି ନାଏକ, ଚିତ୍ରାଙ୍କନରେ ପିଠାପୋଟଳ କ୍ଲଷ୍ଟର ଜାଙ୍ଗେଡ ହାଇସ୍କୁଲର ପ୍ରିୟଙ୍କା ସାହୁ, ସଙ୍ଗୀତରେ ହିର୍ଲିପାଳି କ୍ଲଷ୍ଟର ଲସ୍ତଲା ହାଇସ୍କୁଲର ଲିଜା ପାଇକ ଓ ଦଳୀୟନୃତ୍ୟରେ ପlହାରଶ୍ରିଗିଡା କ୍ଲଷ୍ଟରର ରେଙ୍ଗାଲି ଇଉଜିଏଚଏସର ମାନିନୀ ଭୁଏ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତର ପାଇଁ ମନୋନୀତ ହୋଇଛନ୍ତି। କାର୍ଯ୍ୟକ୍ରମରେ ଶିକ୍ଷକ ଲବ ସାହୁ, କିଶୋର ପ୍ରଧାନ, ଶୁଭ୍ରାଂଶୁ ଶେଖର ସାହୁ, ବାଳମୁକୁନ୍ଦ ସାହୁ, ପଞ୍ଚାନନ ନାଥ,ସୁଶାନ୍ତ ତ୍ରିପାଠୀ, ଗୋକୁଲା ମଲ୍ଲିକ, ମହେନ୍ଦ୍ର ପ୍ରଧାନ, ପ୍ରେମାନନ୍ଦ ପ୍ରଧାନ, ବିରେନ୍ଦ୍ର ଭୋଇ, ଶିକ୍ଷୟିତ୍ରୀ ପୁଷ୍ପଲତା ନାଏକ, ଅନୂସୟା ଦେବତା, ଲକ୍ଷ୍ମୀପ୍ରିୟା ମହାପାତ୍ର, ସମସ୍ତ ସି ଆର୍ ସି ସି, ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ସର୍ବୋପରି ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଥିବା ବେଳେ ସିଆରସିସି ମନୋରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.