ଦ୍ଵିତୀୟ କଲାଡୁଙ୍ଗୁରି ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ-

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ଜାଙ୍ଗେଡ ଫୁଟବଲ ସଂଘ ପକ୍ଷରୁ ଆୟୋଜିତ ଦ୍ଵିତୀୟ କଲାଡୁଙ୍ଗୁରି ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ପୁଟପୁଟପାଲି ଓ ଜାଙ୍ଗେଡ ଦଳ ମଧ୍ୟରେ ଖେଳାଯାଇଥିଲା। ଉଭୟ ଦଳ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରି ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ଏବଂ ଖେଳ ଡ୍ର ରହିଥିଲା।  ଟ୍ରାଇବ ରେକର୍ଡ ଜରିଆରେ ୫-୪ଟି ଗୋଲରେ ପୁଟପୁଟପାଲି ବିଜୟୀ ହୋଇଥିଲା। ବିଜୟ ଓରାମକୁ ମ୍ୟାନ ଅଫ ଦ ମ୍ୟାଚ ଓ ଜିତେନ୍ଦ୍ର ସେଠଙ୍କୁ ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ  ପୁରସ୍କାର ଦିଆଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଅତାବିରା ବ୍ଲକ ଅଧ୍ୟକ୍ଷା ରୀତା ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

 

ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଛାଲୁ ବୁଡେକ୍ , ସଂସାର ପ୍ରଧାନ, ଲକ୍ଷପତୀ ସାହୁ, ତିକେଶ୍ୱର୍ ନାଏକ, ଅର୍ଜୁନ ବାବା, ଭିଷ୍ମଦେବ ସାହୁ, ନରେନ୍ଦ୍ର ସାହୁ, ଧର୍ମେନ୍ଦ୍ର ବାରିକ୍, ମନୋଜ ପ୍ରଧାନ, ଶତ ବାବୁ ଓ ସରାଫ ମହୋଦୟ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସନ୍ତୋଷ ପ୍ରଧାନ, ସନ୍ତୋଷ ଗଡତିଆ, ଲୋକନାଥ ବାରିକ୍, ସଚିନ୍ ଭୋଇ,ଖିରେଶ୍ୱର ସାହୁ, ପଙ୍କଜ ମିର୍ଦ୍ଧା, ମନୋଜ ଡନସନା ଖେଳ ପରିଚାଳନା କରିଥିଲେ।ଅରବିନ୍ଦ ଭୋଇ , ଗୋପୀନାଥ ମିର୍ଦ୍ଧା, ଦେବେନ୍ଦ୍ର ସେଠ, ପ୍ରଫୁଲ୍ଲ ସାହୁ, ମୁନା ନାଏକ, ରଜତ ନାଏକ, ଗୁଣନିଧି ଭୁଏ ଓ ଆକାଶ ମିର୍ଦ୍ଧା ସହଯୋଗ କରିଥିଲେ।  ମୁଖ୍ୟ ଅତିଥି ବିଜୟୀ ଦଳକୁ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ। ଏହି ଖେଳକୁ ଆଖ ପାଖର ଖେଳପ୍ରେମୀମାନେ ବେଶ୍ ଉପଭୋଗ କରିଥିଲେ।

Comments are closed.