ଅନୁସୂୟା ଦେବତା ପାଇଲେ ବଲ୍ଲଭ ତରାଇ  ସ୍ମୃତି ସମାଜସେବୀ ସମ୍ମାନ

ନିଶିଗନ୍ଧା ଭାଷା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଶାଶ୍ଵତ ସମାରୋହ

ରେଙ୍ଗାଲିକ୍ୟାମ୍ପ : ଖୋର୍ଦ୍ଧା ଜିଲ୍ଲା  ଚିଲିକା ବ୍ଲକର ହାଟବରଡିହ ଠାରେ ସମାଜସେବୀ ବଲ୍ଲଭ ତରାଇଙ୍କ ୨୪ ତମ ଶ୍ରାଦ୍ଧ ଉତ୍ସବ ପାଳନ ଅବସରରେ ଆଜି ନିଶିଗନ୍ଧା ଭାଷା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ସାରସ୍ବତ ସମାରୋହ, କବିତା ପାଠୋତ୍ସବ, ଭଜନ ସମାରୋହ ତଥା ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ଅନୁଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇଙ୍କ ସଂଯୋଜନା, ସଭାପତି ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ସମାରୋହକୁ ମୁଖ୍ୟ ଅତିଥି  ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଚଳଚିତ୍ର ସଂଳାପକାର ଡଃ ରଜନୀ ରଂଜନ ଦାଶ, ସମ୍ମାନୀତ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଡଭୋକେଟ ଚିତ୍ତରଂନ ନନ୍ଦ, ରାଜ୍ୟ ରାଜଭାଷା ପରିଷଦର ସଭାପତି ନାରାହଣ ମୁଦୁଲି, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ନିଖିଳଉତ୍କଳ ପାଲାଗାୟକ ପରିଷଦର ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ବଉଳାବନ୍ଧ ସରପଞ୍ଚ ଦେବାଶିଷ ରଥ, ସମ୍ଭକାର ପ୍ରଦୋଷ କୁମାର ଦାସ, ହାଟବରଡିହ ଗ୍ରାମ ସଭାପତି ଲୋକନାଥ ବିଶ୍ବାଳ, ସମାଜସେବୀ ଜଗନ୍ନାଥ ସାହୁ ଯୋଗ ଦେଇ ଥିଲେ।
ଏହି ଅବସରରେ  ବରଗଡ଼ ଜିଲ୍ଲା  ଅତାବିର ଟୋପ ହାଇସ୍କୁଲ ର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁସୂୟା ଦେବତାଙ୍କୁ ,, ବଲ୍ଲଭ ତରାଇ  ସ୍ମୃତି ସମାଜସେବୀ ସମ୍ମାନ ,, ପ୍ରଦାନ କରାଯାଇଛି ।  ଏଥିରେ ଓଡିଶାର ବିଭିନ୍ନ ଅଂଚଳରୁ ଆମନ୍ତ୍ରିତ ୪୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ସ୍ମୃତିରେ ସ୍ମୃତିରେ ବଲ୍ଲଭ ତରାଇ  ପୁସ୍ତକ ମଧ୍ୟ ଉନ୍ମୋଚନ ହୋଇଥିଲା।

Comments are closed.