ତିରିଶି ବର୍ଷର ବାସିନ୍ଦା ପରେ ବି ସରକାରୀ ସହାୟତାରୁ ବଞ୍ଚିତ ରତ୍ନମଣି

ରେଙ୍ଗାଲିକେମ୍ପ: ଅତାବିରା ଏନ୍ଏସିରେ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ବ ଧରି ଭଡାଘରେ ରହିଆସୁଛନ୍ତି ରତ୍ନମଣି ବାରିକ୍। କୌଳିକ ବୃତ୍ତି ସେଲୁନ କାମରୁ ଯାହା କିଛି ପଇସା ମିଳେ ସେଥିରେ ଦୁଃଖେ କଷ୍ଟରେ ପରିବାରକୁ ଚଲେଇନିଅନ୍ତି। ଆଜିକାଲି ଲୋକଙ୍କ ମନକୁ ଆକର୍ଷିତ ସେଳୁନ ଦୋକାନଟିଏ ବି ତାଙ୍କର ନାହିଁ। ବରିଷ୍ଠ ନାଗରିକ ସଂଘର କାର୍ୟ୍ୟାଳୟ ସମ୍ମୁଖରେ, ଚାରିଆଡେ ଚିରା ପାଲଟଣା ହୋଇଥିବା ଏକ ଦଦରା ଦୋକାନ। ଭଙ୍ଗା ଦର୍ପଣ ଟିଏ ଝୁଲୁଥାଏ। ଗୋଟିଏ ବ୍ୟାଗ୍ରେ ସେଲୁନ୍ ସାମଗ୍ରୀ ଧରି ଯାଆନ୍ତି। କେହି ଗ୍ରାହକ ମିଳିଲେ ଭଲ ନ ହେଲେ ସେମିତି ବି ଦିନେ ଦିନେ ଫେରିଆସନ୍ତି। ଚାକଚକ୍ୟ ଦୋକାନକୁ ଛାଡ଼ି କିଏ ବା ଆସିବ ଏମିତି ଭଙ୍ଗା ଛତରା ଦୋକାନକୁ। କିଛି ପୁରୁଣା ଲୋକ ବା ଜରୁରୀ ପରିସ୍ଥିତିରେ ଥିବା ଲୋକ ହିଁ ଆସନ୍ତି ଏଇ ଦୋକାନକୁ। କେବେ କେବେ ଦିନକୁ ଶହେ ଟଙ୍କା ରୋଜଗାର ହୁଏ ତ ଆଉ କେବେ ତା ଠାରୁ ବି କମ୍। ଏମିତି ପରିସ୍ଥିତିରେ ଦୁଇ ଦୁଇଟି ପୁଅଝିଅଙ୍କୁ ପାଠ ପଢ଼ାଇ ମଣିଷ କରିବା କେତେ କଷ୍ଟକର ତାହା ବେଶ୍ ବୋଧଗମ୍ୟ ଅଟେ। ୧୯୯୩ମସିହାରୁ ବାପା ମା ଉଭୟେ ଆରପାରିକୁ ଚାଲିଗଲେଣି। କିନ୍ତୁ ପୁଅ ଝିଅଙ୍କୁ ପଠପଢ଼ାଇ ମଣିଷ କରିବା ପାଇଁ ରତ୍ନମଣି ଏବେ ଅସମର୍ଥ ହୋଇପଡଛନ୍ତି। ବଡ ଝିଅ ଯୁକ୍ତତିନିରେ ପଢିବା ପାଇଁ ଇଚ୍ଛା କରୁଛି ହେଲେ ବାପାଙ୍କ ସାମର୍ଥ୍ୟ ହେଉନାହିଁ। ଅର୍ଥ ବାଧକ ସକ୍ଷଜୁଛି ତାଙ୍କ ପାଖରେ। ଏମିତି ଦୁର୍ଦ୍ଦିନ ପରିସ୍ଥିତିରେ ଜୀବନ ସହ ସଂଗ୍ରାମ କରି ଚାଲିଛନ୍ତି ରତ୍ନମଣି । ଏମିତି ଅଭାବୀ ମଣିଷ ପାଇଁ ସରକାର ମାଳମାଳ ଯୋଜନା ତିଆରି କରିଛନ୍ତି । କିନ୍ତୁ ସବୁ ଯୋଜନା ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚି ପାରୁ ନାହିଁ।ସତେ ଯେମିତି ଏମାନଙ୍କ ପାଖରେ ବାଟବଣା ହୋଇଯାଉଛି । ରତ୍ନମଣି ଭୂମିହୀନ ହେଲେ ଆଜି ଯାଏ ତାଙ୍କୁ ଟିକେ ଯାଗା ମିଳିନି ଖଣ୍ଡେ ଘର କରି ମୁଣ୍ଡ ଗୁଞ୍ଜିବାକୁ ।

 

ବର୍ତ୍ତମାନ ପ୍ରାୟ ଦୁଇ ବର୍ଷ ଧରି କରୋନ କଟକଣା ଯୋଗୁଁ ସବୁକିଛି ବନ୍ଦ ରହିଛି। ସେଳୁନ୍ କାମ ବି ବନ୍ଦ ପଡ଼ିଯାଇଛି। ସରକାର ଉଠା ଦୋକାନୀମାନଙ୍କୁ ଦୁଇ ଦୁଇ ଥର ଆର୍ଥିକ ସହାୟତା ଦେଇସାରିଛନ୍ତି। କିନ୍ତୁ ସେଥିରୁ ବି ବାଦ୍ ପଡ଼ିଛନ୍ତି ରତ୍ନମଣି। ଏଥିପାଇଁ ସେ ଅନେକ ଥର ଏନ୍ଏସିର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ତାଙ୍କର କାଗଜ ପତ୍ର ହଜି ଯାଇଥିବା ଦର୍ଶାଇ ତାଙ୍କୁ ଫେରାଇ ଦିଅ ଯାଉଛି। ଏ ବିଷୟରେ ସେ ଏନ୍ଏସି ଅଧ୍ୟକ୍ଷାଙ୍କୁ ମଧ୍ୟ ଅବଗତ କରି ସହାୟତା ପାଇଁ ଗୁହାରି କରିବାରୁ ସେ ଏନ୍ଏସି କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇବା ପାଇଁ ନିର୍ଦେଶ ଦେଇଥିଲେ ।ତାଙ୍କ ନିର୍ଦେଶ ମାନି ସେ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କୁ ଏ ବିଷୟରେ ଜଣାଇବା ପରେ ବି ଆଜି ଯାଏଁ କିଛି ସୁଫଳ ମିଳି ନାହିଁ। ତେବେ ଆଉ କାହାକୁ ତାଙ୍କ ଦୁଃଖ ଜଣାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି? ସବୁ ସରକାରୀ ଯୋଜନା ବଡ ବଡିଆଙ୍କ ପାଇଁ କେବଳ ,ଗରିବ ସବୁଦିନ ପାଇଁ ଗରିବ ବୋଲି ସେ ଦୁଃଖ ପ୍ରକାଶ କରିଥିଲେ।ତେବେ ଦେଖାଯାଉ ଆଉ କେତେଦିନ ପରେ ରତ୍ନମଣି ଙ୍କଏହି ଦୁଃଖମୟ ଜୀବନ ସଂଗ୍ରାମର ଅବସକ୍ଷନ ଘଟୁଛି।

Comments are closed.