ଓଡ଼ିଶା ରାଜ୍ୟ କୃଷକ ସଂଗଠନର ନୂତନ କର୍ମକର୍ତ୍ତା ଚୟନ

ରେଙ୍ଗାଲିକେମ୍ପ: ଆଜି ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ମୁଖ୍ୟ କାର୍ଯ୍ୟାଳୟ ଠାରେ ସଂଗଠନ ପାଇଁ ରାଜ୍ୟସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ସଭାପତି ହାରଧାନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚାଷୀ ନେତା ଓ ଚାଷୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ସଂଗଠନର ସୁପରିଚାଳନା ପାଇଁ ଏକ ସାତଜଣଆ କମିଟି ଗଠନ କରାଯାଇଥିଲା ଏହି କମିଟିର କାର୍ଯ୍ୟକାଳ ଅବଧି ଦୁଇ ବର୍ଷ ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଏହି ପରିଚାଳନା କମିଟିର ସଭାପତି ଭାବେ ସଡାନନ ଭୋଇ, ସମ୍ପାଦକ ଭାବେ ଲକେଶ୍ୱର୍ ପ୍ରଧାନ, ସହ ସମ୍ପାଦକ ଭାବରେ ହୃଷୀକେଶ ପ୍ରଧାନ, ଉପ ସଭାପତି ସନାତନ ପ୍ରଧାନ, କୋଷାଧ୍ୟକ୍ଷ ଦଇତାରୀ ଭୋଇ, କାର୍ଯ୍ୟକାରୀ କିତି ଭାବେ ଦୀପକ ପ୍ରଧାନ ଓ ଶ୍ରିମନ୍ତ ବାରିକଙ୍କୁ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା କମିଟିରେ ଗୌରଚନ୍ଦ୍ର ଖମାରୀ, ବୃଷଭାନୁ ସାହୁ, ଭିକାରୀ ଚରଣ ବାରିକ୍, ବସନ୍ତ ବାରିକ୍ ଓ ନାରାୟଣ ସାହୁଙ୍କୁ ମନୋନୀତ କରାଗଲା। ଚାଷୀଙ୍କ ହକ ପାଇଁ ଲଢ଼ିବାକୁ ଏହି କମିଟି ସଦାସର୍ବଦା ପ୍ରସ୍ତୁତ ରହିବ ବୋଲି ମନୋନୀତ ପ୍ରାର୍ଥୀମାନେ ଦୃଢ଼ ଭାବରେ କହିଥିଲେ। ଶେଷରେ ପଲଉ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments
Loading...