ନିଷ୍ପତ୍ତି ଲଘଂନ କରି ହେଉଥିବା ସଂପ୍ରସାରଣକୁ ବିରୋଧ, ଜିଲ୍ଲାପାଳଙ୍କୁ ଫେରାଦ୍‍

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଠେଲକୁଲି ଠାରେ ପ୍ରତିଷ୍ଠିତ ଜେ.ଏସ୍‍.ଡବ୍ଳୁ ଭୁଷଣ ଷ୍ଟିଲ୍‍ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ବିରୋଧ କରି ଏହାର ଶାନ୍ତିପୂର୍ଣ ସମାଧାନ କରିବାକୁ ଏହି କାରଖାନର ପାଚେରୀ ପାର୍ଶ୍ବରେ ଥିବା ପାଉଲେପଡା ଏବଂ ଧୁରୁଆପଡା ଜନବସତିର ଲୋକେ ଜିଲ୍ଲାପାଳ, ଏସ୍‍.ପି, ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ଠେଲକୁଲି ଥାନା ଅଧିକାରୀ ଏବଂ ଜେ.ଏସ୍‍.ଡ୍ଳୁର ମୁଖ୍ୟ ଅନିଳ ସିଂଙ୍କ ନିକଟରେ ଫେରାଦ୍‍ ହୋଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ କାରଖାନାର ପଛପଟେ ବାଉଣ୍ଡ୍ରିକୁ ଲାଗି ବସି ସ୍ଥାପନ କରିଥିବାରୁ ଏହି ଗ୍ରାମବାସୀ ବ୍ୟାପକ ପ୍ରଦୂଷଣ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି।

ଅସ୍ୱାସ୍ଥ୍ୟାକର ପରିବେଶରେ ବାୟୁ ଏବଂ ଜଳ ପ୍ରଦୂଷଣ ର ଶିକାର ହେଉଥବାରୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଏହାର ନିରାକରଣ ପାଇଁ ୨୦୧୭ ମସିହା ଜାନୁଆରୀ ୩୧ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲପାଳଙ୍କ ନିର୍ଦ୍ଦେେଶ କ୍ରମେ ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ସରଜମିନ ତଦନ୍ତ ପାଇଁ ଆସି ବାୟୁ ଏବଂ ଜଳ ପ୍ରଦୂଷଣ ଅଧିକ ଥିବା ନେଇ ଜିଲ୍ଲାପାଳଙ୍କୁ ରିର୍ପୋଟ ପ୍ରଦାନ କରି ବସ୍ତି ବାସିନ୍ଦାଙ୍କୁ ବିସ୍ଥାପନ କରି ଅନ୍ୟତ୍ର ଥଇଥାନ କରାନଯିବା ପର୍ଯ୍ୟନ୍ତ କାରଖାନର ସଂପ୍ରସାରଣ କରାଯାଇ ପାରିବ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରିଥିଲେ। ଏହାବ୍ୟତୀତ ଜିଲ୍ଲାସ୍ତରରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ଆମ ଗ୍ରାମବାସୀଙ୍କ ବିଭିନ୍ନ ଯଥା ସଂପ୍ରାସରଣ ପୂର୍ବରୁ ବସ୍ତି ଅଧିଗ୍ରହଣ ଏବଂ ଆର୍‍ ଏଣ୍ଡ୍‍ ଆର୍‍ ନିୟମ ଅନୁସାରେ କ୍ଷତି ପୂରଣ, ଥଇଥାନ ଏବଂ ବିସ୍ଥାପିତ ପରିବାରରୁ ନିଯୁକ୍ତି ଆଦି ୫ଦଫ ଦାବୀ ଉପରେ ପ୍ରସ୍ତାବ ଗୃହୀତ ହୋଇଥିଲା। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରଦୁଷଣ ଏବଂ ଥଇଥାନ ଜନିତ ସମସ୍ୟାକୁ ବେଖାତିର କରି ଦ୍ଵିତୀୟ ପର୍ଯ୍ୟାୟ ସଂପ୍ରସାରଣ କାମ ଆରମ୍ଭ କରିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Comments are closed.