ଲାଞ୍ଚ ମାଗି ଥାନା ବାବୁ ନିଲମ୍ବିତ

ଅନୁଗୁଳ : ଘରୋଇ କଳିର ସମାଧାନ ପାଇଁ ଲାଞ୍ଚ ମାଗିବା ଥାନା ବାବୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଲାଞ୍ଚ ମାଗିବା ଅଭିଯୋଗ ଆସିବାପରେ ଥାନା ବାବୁ ନିଲମ୍ବିତ ହୋଇଛନ୍ତି । ଏପରି ଏକ ଘଟଣା ଘଟିଛି ଅନୁଗୁଳ ରେଙ୍ଗାଲି ଅଞ୍ଚଳରେ । ସୂଚନାଅନୁସାରେ ରେଙ୍ଗାଲି ଥାନା ଅଧିକାରୀ କାର୍ତ୍ତିକ ବେହେରା ଏକ ଘରୋଇ କଳିର ସମାଧାନ ପାଇଁ ଲାଞ୍ଚ ମାଗିଥିଲେ । ପରେ ରେଙ୍ଗାଲି ଥାନା ଏଏସ୍‌ଆଇ କାର୍ତ୍ତିକ ବେହେରା ଲାଞ୍ଚ ମାଗିଥିବା ବ୍ୟକ୍ତି ଜଣଙ୍କ ଏନେଇ ଅନୁଗୁଳ ଏସ୍‌ପି ଜଗମୋହନ ମିନାଙ୍କ ପାଖରେ ଏନେଇ ଅଭିଯୋଗ କରିଥିଲେ । ଏସ୍‌ପି ଜଗମୋହନ ମିନା ଏହି ଘଟଣାରେ ଅନୁଧ୍ୟାନ କରିବା ପରେ ଲାଞ୍ଚ ମାଗିଥିବା ଅନୁଗୁଳ ରେଙ୍ଗାଲି ଥାନା ଏଏସ୍‌ଆଇ କାର୍ତ୍ତିକ ବେହେରାଙ୍କ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

 

Comments are closed.