ଦୁର୍ଘଟଣାରେ ଜଣକଙ୍କ ମୃତ୍ୟୁ

ରେଙ୍ଗାଲି: ଠେଲକୋଲୋଇରେ ଦୁର୍ଘଟଣାରେ ଜଣକଙ୍କ ମୃତ୍ୟୁ । ଗତ କିଛି ଦିନ ହେବ ସେହି ଅଞ୍ଚଳରେ ବୁଲାବୁଲି କରୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ୫୦ ବର୍ଷୀୟ ବୟସ୍କ ହୋଇଥିବା ଅନୁୁମାନ କରାଯାଉଛି । ବ୍ୟକ୍ତି ଜଣଙ୍କ ଦୁର୍ଘଟଣାର ଶିକାର ହେବା ପରେ ଗୁରୁତର ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ପଠାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି । ମୃତ ବ୍ୟକ୍ତିଙ୍କ ନାଁ ରାଜେନ୍ଦ୍ର ପ୍ରଧାନ ଓ ସେ ବେଳପାହାଡ ଖମାରପଡାର ବାସିନ୍ଦା ବୋଲି ପୋଲିସ ଜାଣିବା ପରେ ରାଜେନ୍ଦ୍ରଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି । ଏନେଇ ଠେଲକୋଲୋଇ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Comments are closed.