ଟ୍ରଲର ଡ୍ରାଇଭରଙ୍କ ଠାରୁ ଟଙ୍କା ଲୁଟ : ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି:  ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ରେଙ୍ଗାଲି ନିକଟରେ ରେ ଥିବା ସଂକ୍ରିନାଳା ଠାରେ ଗତ ୨୭ ତାରିଖ ସନ୍ଧ୍ୟା ରେ ସିଜି-୧୩ଏଲ୍ ଏ -୫୧୯୬ ଟ୍ରଲର ନେଇ ସମ୍ବଲପୁର ଅଭିମୁଖେ ଯାଉଥିବା ଡ୍ରାଇଭର୍ ସୁବାସ ସିଂ କୁ ଜୀବନ ରେ ମାରିଦେବା ର ଧମକ ଦେଇ ଜନୈକ ଯୁବକ ୨ ହଜାର ଟଙ୍କା ଲୁଟି ନେଇ ଓଡି-୧୫ଏମ୍-୧୦୪୬ ଏଭେଞ୍ଜର୍ ବାଇକ୍ ରେ ଫେରାର୍ ହୋଇ ଯାଇଥିଲେ। ଡ୍ରାଇଭର୍ ରେଙ୍ଗାଲି ଥାନାରେ ଅଭିଯୋଗ କଲା ପରେ ପୁଲିସ ଏହାର ତଦନ୍ତ କରି ଏହି ଘଟଣା ରେ ସଂପୃକ୍ତ ଥିବା ରେଙ୍ଗାଲି ପୁରୁଣା ବସ୍ତି ର ଖଗପତି ବାରିକ(୩୬)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ରେଙ୍ଗାଲି ଥାନା ଅଧିକାରୀ ଧବଳେଶ୍ବର ସାହୁ କହିଛନ୍ତି ।

Comments are closed.