ପୋଖରୀରୁ ଠିକା ଶ୍ରମିକଙ୍କ ମୃତଦେହ ଉଦ୍ଧାର 

ରେଙ୍ଗାଲି : ରେଙ୍ଗାଲି ଥାନା ଅନ୍ତର୍ଗତ ରାମଚନ୍ଦ୍ରନଗର ନିକଟସ୍ଥ  ଜାଇକା ହୋଟେଲ ପଛପଟେ ଥିବା ଏକ ପୋଖରୀରୁ ରେଙ୍ଗାଲି ପୁଲିସ ରାମେଶ୍ବର କିସାନ ନାମକ ଜନୈକ ୫୦ବର୍ଷ ବୟସ୍କ ଠିକା ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଶ୍ରମିକ ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ଧୂଚି ନୁଆଁଗାଁର ବାସିନ୍ଦା ବୋଲି ଥାନା ଅଧିକାରୀ ଧବଳେଶ୍ବର ସାହୁ କହିଛନ୍ତି। ମୃତକ ଶ୍ୟାମ୍ ମେଟାଲିକ୍ସ କାରଖାନାରେ ଠିକା ଶ୍ରମିକ ଭାବର କାମ କରୁଥିଲେ। ପୁଲିସ ମୃତଦେହ ଜବତ କରି ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Comments are closed.