କୋଇଲା ଖଣି ପରିଦର୍ଶନ କଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ

ରେଙ୍ଗାଲି : ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ, ସମ୍ବଲପୁରର ଆଞ୍ଚଳିକ ଅଧକାରୀ  ରମେଶ କୁମାର ଏକ୍କା ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଜି ଏନ୍ଏଲସି କମ୍ପାନୀର ତଲାବିରା-୨ କୋଇଲା ଖଣି  ପରିଦର୍ଶନ କରିଛନ୍ତି I ପ୍ରଥମେ ସେମାନେ ଖଣି ଭିତରକୁ ଯାଇ ଜଳାଶୟ ଏବଂ କୋଇଲା ଉତ୍ତୋଳନ ସମୟରେ ହେଉଥିବା ପ୍ରଦୂଷଣ ଏବଂ ଏଥିଯୋଗୁଁ ପାଖ ଗାଁରେ ଜଳ, ବାୟୁ ପ୍ରଦୂଷଣ ଏବଂ ଚାଷ ଜମି ଉପରେ ଏହାର ପ୍ରଭାବକୁ ଅନୁଧ୍ୟାନ କରିଥିଲେ I ଏହି ଅବସରରେ ଅଧିକାରୀମାନଙ୍କୁ  ଖଦୁପଡା ଓ ତଲାବିରା ଗ୍ରାମବାସୀମାନେ ଖଦୁ ପଡାକୁ ଲାଗି ମାଟି ଡମ୍ପିଂ  ଏବଂ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବ୍ଲାଷ୍ଟିଂ ଦ୍ବାରା ହେଉଥିବା କ୍ଷୟକ୍ଷତି ବିଷୟରେ ଆଞ୍ଚଳିକ ଅଧିକାରୀ ଶ୍ରୀ ଏକ୍କାଙ୍କୁ ଅଭିଯୋଗ କରିଥିଲେ I କୋଇଲା ଖଣିରୁ ନିର୍ଗତ ତେଲ ଓ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ମିଶା ପାଣି ସିଧାସଳଖ ବିଶିକଟା ଓ କଟାବନ୍ଧରେ ମିଶିବା ସହିତ ଚାଷ ଜମିରେ ମିଶିବା ଦ୍ବାରା ଫସଲ ନଷ୍ଟ ହେବା ସହିତ ଦୂଷିତ ପାଣି ବ୍ୟବହାର କରିବା ଦ୍ବାରା ଗ୍ରାମବାସୀ ବିଭିନ୍ନ ପ୍ରକାର ଚର୍ମ ରୋଗରେ ପୀଡିତ ହେଉଥିବା କଥା ପ୍ରଦୂଷଣ ବୋର୍ଡ ଅଧିକାରୀଙ୍କୁ ଜଣାଇଥିଲେ I ତା’ପରେ ପ୍ରଦୂଷଣ ବୋର୍ଡର ଅଧିକାରୀମାନେ କୋଇଲା ପରିବହନ ହେବାକୁଥିବା ନିର୍ମାଣଧିନ ଖିଣ୍ତା ଚାଲଟିକ୍ରା ରୋଡକୁ ମଧ୍ୟ ପରିଦର୍ଶନ କରିଥିଲେ l ଚାଲଟିକ୍ରା ରୋଡ୍ ସମ୍ପୂର୍ଣ ରୂପେ ତିଆରି ନ କରି  କୋଇଲା ପରିବହନ କରାଗଲେ ଆଖପାଖର ଚାଷ ଜମି ନଷ୍ଟ ହେବା ସହିତ ଉତ୍ପାଦିତ ଫସଲ  ଓ ପନିପରିବା ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି କର୍ମଜୀବୀ ଏକତା ସଂଗଠନର ଆବାହକ ଶ୍ରୀମାନ ହେମନ୍ତ କୁମାର ପାଣ୍ତେ ଓ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ l ଆଞ୍ଚଳିକ ଅଧିକାରୀ ଶ୍ରୀ ଲାକ୍ରା ସମସ୍ତ ଦିଗକୁ ଅନୁଧ୍ୟାନ କରି ଯଥାଶିଘ୍ର ଉଚିତ୍ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l

Comments are closed.