ଶହୀଦ ରେଣ୍ଡୋ ମାଝୀ କେବଳ ଆଦିବାସୀ ନୁହେଁ ସମଗ୍ର ଓଡିଆ ଜାତିର ଗର୍ବ ଓ ଗୌରବ

0

କଲମପୁର : ଆଦିବାସୀ ଘରେ ଜନ୍ମିତ ରେଣ୍ଡୋ ମାଝୀ ବିଦେଶୀ ଶାସକ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଆଦିବାସୀଙ୍କୁ ଏକଜୁଟ କରି ସେମାନଙ୍କ ନେତୃତ୍ୱ ନେଇଥିଲେ। ତାଙ୍କରି ଜନ୍ମ ପାଇଁ ଆଜି ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନି ନିକଟସ୍ଥ ଲୁବେନଗଡ ଏକ ଐତିହାସିକ ପୀଠ ପାଲଟିଛି। ଶହୀଦ ରେଣ୍ଡୋ ମାଝୀ କେବଳ ଆଦିବାସୀଙ୍କ ପାଇଁ ଆନ୍ଦୋଳନ କରିନଥିଲେ ସେ ସମଗ୍ର ଓଡିଆଙ୍କ ପ୍ରତିନିଧିତ୍ୱ ନେଇ ବିଦେଶୀ ଶାସକ ବିରୁଦ୍ଧରେ ସଂଗ୍ରାମ କରିଥିଲେ। ସେ ଓଡିଆ ଜାତିର ଗର୍ବ ଓ ଗୌରବ ବୋଲି ଆଦିବାସୀ ସଂଘ କଲମପୁର ବ୍ଲକ ଶାଖା ତରଫରୁ କଲମପୁର ମିନିଷ୍ଟାଡିୟମ ଠାରେ ଆୟୋଜିତ ଶହୀଦ ରେଣ୍ଡୋ ମାଝୀଙ୍କ ୧୬୩ ତମ ଶହୀଦ ଦିବସ ପାଳନ ଅବସରରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏ ଅବସରରେ ଆଦିବାସୀ ଯୁବ ନେତୃତ୍ୱ ଶ୍ରୀଧର ମାଝୀ, କୁଶଳେଶ୍ୱର ମାଝୀ, ପ୍ରଶାନ୍ତ ମାଝୀ, ଚଣ୍ଡାଳ ଭୋଇ, ବ୍ରଜ ଶବର ପ୍ରମୁଖଙ୍କ ନେତୃତ୍ୱରେ ଏକ ହଜାରରୁ ଅଧିକ ଆଦିବାସୀ ପୁରୁଷ ଓ ମହିଳା ପାରମ୍ପାରିକ ବାଜା ସହ ଅସ୍ତ୍ର ଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ସହର ପରିକ୍ରମାକରି ବେଲପଡା ସ୍ଥିତ ଆଦିବାସୀ ପଡା ଠାରେ ଶହୀଦ ସ୍ଥମ୍ବ ସ୍ଥାପନ କରିଥିଲେ। ଏଥିରେ ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଲେ ଆଦିବାସୀ ନେତା ପରମାନନ୍ଦ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଥୁଆମୁଳ ରାମପୁର ଏକ ଆଦିବାସୀ ବହୁଳ ବ୍ଲକ ହେଇଥିଲେ ମଧ୍ୟ ଏଠାରେ ସରକାରୀ କଳର ଅବହେଲା କାରଣରୁ ଅନେକ ଆଦିବାସୀ ଉନ୍ନୟନ ଯୋଜନା ବାଟବଣା ହେଉଥିବା ଅଭିଯୋଗ କରିଥିଲେ। ଏହାସହ ଥୁଆମୁଳ ରାମପୁର ଠାରେ ଶହୀଦ ରେଣ୍ଡୋ ମାଝୀଙ୍କ ଏକ ପ୍ରତିମୁର୍ତ୍ତି ସ୍ତାପନ ପାଇଁ ଦାବୀ କରିବା ସହ ଶହିଦ ରେଣ୍ଡୋ ମାଝୀଙ୍କ ତିରୋଧାନ ଦିବସକୁ ଶହିଦ ଦିବସ ଭାବେ ସରକାରୀ ଛୁଟି ଘୋଷଣା ପାଇଁ ଦାବି କରିଥିଲେ। ଏଥିରେ ପୂର୍ବତନ ସମିତି ଅଧ୍ୟକ୍ଷା ଦ୍ରୋପଦୀ ମାଝୀଙ୍କ ସମେତ ବହୁ ଆଦିବାସୀ ନେତା ଓ ନେତ୍ରୀ ମାନେ ଯୋଗଦେଇଥିଲେ।

Leave A Reply