ନେତାଜୀଙ୍କ ନାମରେ ନାମିତ ହେବ ଆଣ୍ଡାମାନର ଦ୍ୱୀପ

0

ନୂଆଦିଲ୍ଲୀ . – ଭାରତ ସରକାର ଆଣ୍ଡାମାନ ନିକୋଟବର ଦ୍ୱୀପ ପୁଞ୍ଜରେ ଥିବା ତିନୋଟି ଦ୍ୱୀପର  ନାମ ପରିବର୍ତ୍ତନ କରିବେ ବୋଲି ସୂଚନା ମିଳିଛି । ଆଣ୍ଡାମାନରେ ଥିବା ରୋସ୍‌ ଦ୍ୱୀପ, ନିଲ୍‌ ଦ୍ୱୀପ୍‌ ଓ ହାବଲୋକ୍‌ ଦ୍ୱୀପର ନାମକୁ  ପରିବର୍ତ୍ତନ କରାଯିବ ଏହି ଦ୍ୱୀପ  ଗୁଡିକର ନାମ ପରିବର୍ତ୍ତନ କରାଯାଇ  ନେତାଜୀ ସୁବାସ ଚନ୍ଦ୍ର ବୋଷ ଦ୍ୱୀପ, ସହିଦ ଦ୍ୱୀପ ଓ ସ୍ୱରାଜ ଦ୍ୱୀପ ରଖାଯିବ ।

ନେତାଜୀ ଆଣ୍ଡାମାନକୁ ଯାତ୍ରା  କରିଥିବା  ଦିନର  ୭୫ତମ ବାର୍ଷିକୀ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏହି ଅବସରରେ ତିନୋଟି ଦ୍ୱୀପର ନାମ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି ।

Leave A Reply