ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ଗୁରୁପାଲି ପୋଲ ପାଖରୁ ଜନୈକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତ ଦେହ ରେଙ୍ଗାଲି ପୁଲିସ ଉଦ୍ଧାର କରିଛି। ପୁଲିସ ଅନୁସନ୍ଧାନରୁ ମୃତ ବ୍ୟକ୍ତି ଜଣକ କତରବଗା ଗ୍ରାମର ମୁରଲି ମାଝି (୫୦) ବୋଲି ଜଣାପଡିଛି। ମୃତ ମୁରଲି ମୁକ ଓ ବଧିର ହୋଇ ଥିବାବେଳେ ତାଙ୍କର ସାମାନ୍ୟ ମସ୍ତିଷ୍କ ବିକୃତି ଥିଲା ବୋଲି ପୁଲିସ ସୂଚନା ଦେଇଛି। ମୁରଲି ପରିବାର ଲୋକଙ୍କ ଅଜାଣତରେ ଘରୁ ଚାଲିଯାଇଥିଲେ। ଶରୀରରେ କୌଣସି ପ୍ରକାର ଆଘାତ କିମ୍ବା କ୍ଷତ ଚିହ୍ନ ନଥିବାରୁ ଅନାହାରରେ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି। ପୁଲିସ ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

Comments are closed.