ସ୍ୱପ୍ନେଶ୍ୱର ମହାଦେବଙ୍କ ଜାଗର ଓ ୨୪ତମ ଯଜ୍ଞ ମହୋତ୍ସବ ଆରମ୍ଭ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ମହିଶରା ପଂଚାୟତ ଅନ୍ତର୍ଗତ ରମ୍ପେଇ ସ୍ୱପ୍ନେଶ୍ୱର ମହାଦେବଙ୍କ ୨୪ ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ଜାଗର ଯାତ୍ରା ମହାଡମ୍ବରରେ ଆଜି ଠାରୁ ପାଲିତ ହୋଇଯାଇଛି। ୯ ତାରିଖ ଅଙ୍କୁରାର୍ପଣ ପରେ କଳସାଧିବାସ, ନାମସଙ୍କିର୍ତ୍ତନ, ଭଜନସନ୍ଧ୍ୟା, ଜଗରଯାତ୍ରା, ପୁର୍ଣ୍ଣାହୁତି ଆଦି ବିଭିନ୍ନ କର୍ମକଣ୍ଡ ପାଞ୍ଚଦିନ ଧରିଚାଲିବ। ଆଜି ସାଇ ଗଣେଶ ଭଜନସନ୍ଧ୍ୟା ଗୃପଦ୍ୱରା ପିତବାସ କରଙ୍କ କଣ୍ଠରେ ଭଜନ ପରିଷେଣର କାର୍ଯ୍ୟକ୍ରମ ରହିଛି। ଆସନ୍ତା କାଲି ସାଇସୁଧାର କଣ୍ଠଶୁଳ୍ପି ଶିବ ପ୍ରସାଦ ଦାସ ଭଜନ ପରିବେଷଣ କରିବେ। ପାଞ୍ଚଦିନ ଧରିଚାଲିବାକୁ ଥିବା ଏହି ଉତ୍ସବରେ ୧୨ ତାରିଖ ରାତିରେ ଡ୍ୟାନ୍ସ କାର୍ଯ୍ୟକ୍ରମ ରହିଛି। ସେଷ ଯାତ୍ରା ୧୩।୩ରେ ପ୍ରଜ୍ଞାନ ଖଟୁଆ, ମେଲୋଡି ଡାଇମଣ୍ଡ ଝାଞ୍ଜିରମଙ୍ଗଳା ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସହିତ ଆସନ୍ତା ୧୪ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଯାତ୍ରା ସ୍ୱର୍ଣ୍ଣ ମହଲ ଯାତ୍ରା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। କୋଭିଡ କଟକଣା ସାମାନ୍ୟ କୋହଳ ହେଲା ପରେ ଏହି ଅଂଚଳରେ ଏହା ପ୍ରଥମ କରି ଯାତ୍ରା ହେଉଥିବାରୁ ଅନେକ ଯାତ୍ରାପ୍ରେମୀ ଯାତ୍ରା ଦେଖି ଆସିବାକୁ ଆୟୋଜକ କମିଟି ପକ୍ଷରୁ ନିବେଦନ କରାଯାଇଛି। କମିଟିର କର୍ତ୍ତା ବାବାଜି ପଣ୍ଡା ଯାତ୍ରାରେ ସମସ୍ତ କୋଭିଡ କଟକଣାକୁ କଡାକଡି ଭାବରେ ପାଳନ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି। ପଣ୍ଡିତ ନାରାୟଣ ତ୍ରପାଠି, ଅଶୋକ ଶତପଥି, ମହେଶ୍ୱର ଶତପଥି, ପ୍ରଶାନ୍ତ ଶତପଥି, ସୁବାସ ପାତି ପ୍ରମୁଖ ଏହି ଯ ଜ୍ଞ କର୍ମକୁ ସମାପନ କରିବାକୁ ଥିବା ବେଳେ ବାବାଜି ପଣ୍ଡା ଓ ଲକ୍ଷ୍ମୀପ୍ରିୟା ପଣ୍ଡା ଯଜ୍ଞକର୍ତ୍ତା ଭାବରେକର୍ତ୍ତବ୍ୟ ସମ୍ପାଦନ କରିବେ। ଆଜକୁ ୨୪ ବର୍ଷ ଧରି ଚାଲିଆସିଥିବା ଏହି ଅନୁଷ୍ଠାନରେ ଯୋଗଦେଇ ପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବାକୁ ରମ୍ପେଇ, ତୋଟାସିଂ ଓ ବାଟିଯୋଡା ଗ୍ରାମବାସିମାନେ ନିବେଦନ କରିଛନ୍ତି।

Comments are closed.