ଟ୍ରେନ୍‍ ଯାତ୍ରୀଙ୍କଠାରୁ ୧୬ ଖପୁରି ଓ ୩୪ କଙ୍କାଳ ଉଦ୍ଧାର

0

ଛାପ୍ରା(ବିହାର): ବିହାରର ଏକ ରେଳ ଷ୍ଟେସନରୁ ଜଣେ ବ୍ୟକ୍ତିଙ୍କ ପାଖରୁ ୧୬ଟି ମଣିଷ ଖପୁରି ଓ ୩୪ଟି କଙ୍କାଳ ଉଦ୍ଧାର କରାଯାଇଛି। ସେହି ସବୁ ଖପୁରିକୁ ସେ ବିକିବାକୁ ନେଉଥିବା ପୁଲିସ ସନ୍ଦେହ କରି ଗିରଫ କରିଛି।
ଡିଏସ୍‍ପି(ରେଳବାଇ) ତନ୍‍ଭୀର ଅହମ୍ମଦଙ୍କ ସୂଚନା ଅନୁଯାୟୀ, ବିହାରର ଇଷ୍ଟଚମ୍ପାରନ୍‍ ଜିଲାର ଜଲପାଇଗୁଡ଼ି ଷ୍ଟେସନ୍‍ରେ ସଞ୍ଜୟ ପ୍ରସାଦ ନାମକ ଜଣେ ବ୍ୟକ୍ତିକୁ ସନ୍ଦେହଜନକ ଭାବେ ଅଟକ ରଖାଯାଇଥିଲା। ତଲାସୀ ବେଳେ ତାଙ୍କଠାରୁ ଉପରୋକ୍ତ ସାମଗ୍ରୀ ସହିତ କେତେକ ଭୁଟ୍ଟାନ ମୁଦ୍ରା, ବିଭିନ୍ନ ଦେଶର ଏଟିଏମ୍‍ ଓ ସିମ୍‍ କାର୍ଡ ମଧ୍ୟ ଜବତ କରଯାଇଛି।
ଜେରାବେଳେ ପ୍ରସାଦ କହିଛି ଯେ ଉତ୍ତରପ୍ରଦେଶର ବାଲିଆରୁ ସେ ସେହି ସବୁ ସାମଗ୍ରୀ ଆଣିଥିଲା। ଜଳପାଇଗୁଡ଼ି ଦେଇ ଭୁଟ୍ଟାନ ଯାଉଥିଲା। ଏହି ଘଟଣା ପଛରେ ଏକ ବଡ଼ ର୍ୟାକେଟ୍‍ କାମ କରୁଥିବା ପୁଲିସ ସନ୍ଦେହ କରୁଛି।

Leave A Reply