ରାଜସ୍ଥାନରେ ପୁଣି ଥରେ ଗୁଜର ଆନ୍ଦୋଳନ ଆରମ୍ଭ, ଦିଲ୍ଲୀ-ମୁମ୍ବଇ ମଧ୍ୟରେ ଟ୍ରେନ୍‍ ଚଳାଚଳ ବନ୍ଦ

0

ଜୟପୁର : ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ରାଜସ୍ଥାନରେ ସଂରକ୍ଷଣ ଦାବିକୁ ନେଇ ଗୁଜର ଆନ୍ଦୋଳନ ଆରମ୍ଭ ହୋଇଛି। ସାୱାଇ ମାଧୋପୁରରୁ ଶୁକ୍ରବାର ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଯୋଗୁଁ ମୁମ୍ବଇ- ଦିଲ୍ଲୀ ରେଳ ପଥରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁସାରେ ଆନ୍ଦୋଳନକାରୀମାନେ ସାୱାଇ ମାଧୋପୁର, ଗଗଙ୍ଗାନଗରରେ ଟ୍ରେନ୍‍କୁ ଅଟକାଇ ରଖିଛନ୍ତି। ମୁମ୍ବଇ ଯାଉଥିବା ଗରିବ ରଥ ଟ୍ରେନ୍‍କୁ ଭରତପୁର ନିକଟରେ ଅଟକାଇ ମଥୁରା ଫେରାଇ ନିଆଯାଇଛି।
ଭରତପୁର, କରୌଲି, ସାୱାଇ ମାଧୋପୁର, ଦୌସା ଏବଂ ଟାଙ୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରୁ ସୁରକ୍ଷା ବଳ ମଗାଯାଇଛି। ରେଳ ଧାରଣାର ସୁରକ୍ଷା ପାଇଁ ୮ ଜିଲାରେ ୧୭ ପ୍ଲାଟୁନ୍‍ ରାଜସ୍ଥାନ ସଶସ୍ତ୍ର ବଳଙ୍କୁ ମୁତୟନ କରାଯାଇଛି। କର୍ଣ୍ଣଲ କିରୋଡ଼ି ସିଂହ ବୈସଂଲା ଏହି ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି। ସେ କହିଛନ୍ତି ଯେ ଆମେ ମାତ୍ର ୫% ସଂରକ୍ଷଣ ମାଗିଥିଲୁ ହେଲେ ସରକାର ଆମ ଅନୁରୋଧର କୌଣସି ଜବାବ ରଖିନାହାନ୍ତି। ତେଣୁ ଆମେ ଆନ୍ଦୋଳନକୁ ଓହ୍ଲାଇଛୁ। ଆନ୍ଦୋଳନ କ୍ରମେ ଶୁକ୍ରବାର ସହସ୍ରାଧିକ ଗୁଜର ଲୋକ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave A Reply