ୟୁପିର ପୂର୍ବତନ ମନ୍ତ୍ରୀ ଓ ଅଧିକାରୀଙ୍କ ୨୨ ଠିକଣା ଉପରେ ସିବିଆଇ ଚଢଉ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି (ଏସପି) ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ସମେତ ଅବୈଧ ଖନନରେ ଜଡିତ ନେତା ଏବଂ ଅଫିସରଙ୍କ ୨୨ଟି ଠିକଣାରେ ସିବିଆଇ ବୁଧବାର ଚଢଉ କରିଛି। ଗାୟତ୍ରୀଙ୍କ ଅମେଠିସ୍ଥିତ ବାସଭବନ ଉପରେ ସିବିଆଇର ୧୨ ଜଣ ଅଧିକାରୀ ଚଢଉ କରିଛନ୍ତି।

ପ୍ରକାଶ ଯେ ଏକ ବଳାତ୍କାର ମାମଲାରେ ଗାୟତ୍ରୀ ପ୍ରସାଦ ଜେଲରେ ବନ୍ଦୀ ଅଛନ୍ତି। ସେଠାରେ ଗାୟତ୍ରୀଙ୍କ ପୁତୁରାକୁ ସିବିଆଇ ପଚରାଉଚୁରା କରୁଛି। ଏହାଛଡ଼ା ସିବିଆଇ ଅନ୍ୟ କେତେକ ନେତା ଓ ଅଫିସରଙ୍କ ଘର ଉପରେ ଚଢାଉ କରିଛି। ଚଢଉ ଜାରି ରହିଥିବାରୁ ସିବିଆଇ ଦଳ ଅଧିକ ସୂଚନା ଦେବାକୁ ମନା କରିଛି। ଜଳସେଚନ ବିଭାଗରେ ଦୁର୍ନୀତିକୁ ନେଇ ସିବିଆଇ ପକ୍ଷରୁ ଏହି ଚଢାଉ କରାଯାଇଛି।

Comments are closed.