ପାଖ ମାଡ଼ିବନି କରୋନା; ଯଦି ଆପଣେଇବେ ଏହି ଉପାୟ

କରୋନା ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାର ମୂଳୋତ୍ପାଟନ ପାଇଁ କେତେ ବଡ଼ ବଡ଼ ଦେଶ ଚେଷ୍ଟା କରି ମଧ୍ୟ ଏପର୍ଯ୍ୟନ୍ତ ସଫଳ ହୋଇପାରୁ ନାହାନ୍ତି। ତେବେ ଏପରି କିଛି ଉପାୟ ଅଛି ଯାହାକୁ ଆପଣେଇଲେ କରୋନା ସହ ଅନେକ ସଂକ୍ରାମକ ରୋଗଠାରୁ ଆପଣ ଦୂରେଇ ରହିପାରିବେ। ଆସନ୍ତୁ ଜାଣିବା ସେ ବିଷୟରେ –
– ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଅନ୍ତୁ: ଏହି ପେୟ ପଦାର୍ଥ ଭାଇରସକୁ ଫୁସ୍ଫୁସ୍ରେ ପହଞ୍ଚିବା ପୂର୍ବରୁ ଶେଷ କରିଦେଇଥାଏ। ସକାଳେ ଓ ସନ୍ଧ୍ୟାରେ ଏହାକୁ ପିଇବା ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ।
– ଡାକ୍ତରଙ୍କୁ ପରାମର୍ଶ କରି ଭିଟାମିନ-ସି, ଇ, ବି, ଡି ଔଷଧ ସେବନ କରନ୍ତୁ।
– ପ୍ରତ୍ୟେହ ଖରାରେ ୧୫-୨୦ ମିନିଟ ବସନ୍ତୁ।
– ପୁଷ୍ଟିକର ଓ ଗରମ ଖାଦ୍ୟ ଖାଆନ୍ତୁ।
– ପ୍ରତ୍ୟେକଦିନ ୭ରୁ ୮ ଘଣ୍ଟା ଶୁଅନ୍ତୁ।
– ୨ରୁ ୩ ଲିଟର ପାଣି ପିଅନ୍ତୁ।
– ଦୈନିକ ୩୦ ମିନିଟ୍ ଚାଲନ୍ତୁ, ବ୍ୟାୟାମ କରନ୍ତୁ।
– ଦିନରେ ୨ ଥର ଗରମ ପାଣିରେ ବାମ୍ଫ ନିଅନ୍ତୁ।
– ଥର୍ମୋମିଟର ଓ ପଲ୍ସ ଅକ୍ସିମିଟର ରଖନ୍ତୁ।
– ମାସ୍କ ପିନ୍ଧି ବାହାରକୁ ବାହାରନ୍ତୁ।