୬ ଦିନିଆ ରିମାଣ୍ଡରେ ପୁଞ୍ଜିଲାଲ

0

ବଲାଙ୍ଗୀର: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଜ ଆଜିଠୁ ୬ ଦିନିଆ ରିମାଣ୍ଡରେ ନେଇଛି । ପୁଞ୍ଜିଲାଲକୁ ୧୪ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଜ ଆବେଦନ କରିଥିଲା ମାତ୍ର କୋର୍ଟ ୬ ଦିନ ପାଇଁ ରିମାଣ୍ଡ ପ୍ରଦାନ କରିଛନ୍ତି । ଆଜିଠାରୁ ତାଙ୍କୁ ରିମାଣ୍ଡରେ ନିଆଯାଇ ଅଧିକ ତଥ୍ୟ ପାଇଁ ପଚରାଉଚରା କରିବ ବୋଲି ଜଣାପଡିଛି । ଗତକାଲି ପୁଞ୍ଜିଲାଲକୁ ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା । ପଚରାଉଚରା ବେଳେ ପୁଞ୍ଜିଲାଲ ସମସ୍ତ ଘଟଣା ସ୍ୱୀକାର କରିଥିଲେ ବୋଲି କ୍ରାଇମବ୍ରାଞ୍ଜ ଆଇଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

Leave A Reply