କଟକରେ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ମନା, କଟକଣା ଜାରି କଲା ସିଏମ୍‌ସି

ଭୁବନେଶ୍ବର: କଟକ ମହାନଗର ଅଞ୍ଚଳରେ ବି ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ମନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମ୍‌ସିର ନିଷ୍ପତ୍ତି। ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୁରୁଦ୍ବାରରେ ଆସନ୍ତାକାଲିଠାରୁ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ। ଧାର୍ମିକ ଅନୁଷ୍ଠାନରରେ ମାସ୍କ ବ୍ୟବହାର ସହ କେବଳ ନୀତିକାନ୍ତିକୁ ଅନୁମତି। ପ୍ରତିଦିନ ପୂଜକ ଓ କର୍ମଚାରୀମାନଙ୍କ ଦ୍ବାରା ଥର୍ମାଲ୍‌ ସ୍କ୍ରିନିଂ କରିବାକୁ ନିର୍ଦେଶ ଦିଆଯାଇଛି।


କଟକ ମହାନଗର ନିଗମ (ସିଏମ୍‌ସି) କମିସନର ଅନନ୍ୟା ଦାସ କହିଛନ୍ତି ଯେ ଏପ୍ରିଲ ୨୨ ତାରିଖ ଠାରୁ କଟକ ସହରରେ ଥିବା ସବୁ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯିବ। କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ଠାକୁରଙ୍କ ନୀତିକାନ୍ତି ହେବ ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।

Comments are closed.