କେରଳ ରିଲିଫ, ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ, କେନ୍ଦ୍ର ମନ୍ତ୍ରୀ ଜେ.ପି.ନଡ୍ଡା

0

ନୂଆଦିଲ୍ଲୀ.- କେରଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ସଂର୍ପକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା  କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ  ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରୀତି ସୁଦାନଙ୍କ ସହିତ ଏନସିଡିସି ଏବଂ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ତଥା ଅନେକ ବରିଷ୍ଠ ଅଧିକାରୀ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ବିଭିନ୍ନ ପ୍ରକାର ରୋଗ ସଂକ୍ରମଣକୁ ରୋକିବା ପାଇଁ ପ୍ରତିଦିନ ତଦାରଖ କରାଯାଉଥିବା ଏବଂ ରଣନୈତିକ ସ୍ୱାସ୍ଥ୍ୟ ସଂଚାଳନ କେନ୍ଦ୍ର  ପରିଚାଳିତ କରାଯାଉଥିବା କେନ୍ଦ୍ର ମନ୍ତ୍ରୀ  ନଡ୍ଡା ସୂଚନା ଦେଇଛନ୍ତି  । ଏ ପର୍ଯ୍ୟନ୍ତ ସଂକ୍ରାମକ ରୋଗର କୌଣସି  ପ୍ରଭାବ ପରିଲକ୍ଷିତ ହୋଇ ନଥିବା ସେ ସୂଚନା ଦେଇଛନ୍ତି । କେରଳକୁ ବିମାନ ଜରିଆରେ ଅତ୍ୟାବଶକୀୟ ଔଷଧ ପଠାଯାଇଛି ।

Leave A Reply