ଅଟୋ ଭର୍ତ୍ତି ରିଲିଫ ଚାଉଳ ଜବତ କଲେ ଗ୍ରାମବାସୀ; ଚାଳକ ଅଟକ

ବାଙ୍କୀ : ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କ ପାଇଁ ଆସିଥିବା ରିଲିଫ ଚାଉଳ ଚୋରି ସନ୍ଦେହରେ ପୁଲିସ ଜଣେ ଅଟୋ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୂଚନାଯୋଗ୍ୟ, କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ବିଲିପଡ଼ା ଗାଁ ନିକଟରୁ ଏକ ଚାଉଳ ବୋଝେଇ ଅଟୋ ଜବତ ହୋଇଛି । ଜବତ ଅଟୋରେ ୫କ୍ୱିଣ୍ଟାଲ ଚାଉଳ ଥିବା ଅନୁମାନ କରାଯାଉଛି । ଚାଉଳ ବସ୍ତାରେ ଓଡ଼ିଶା ଷ୍ଟେଟ ସପ୍ଲାଏ କର୍ପୋରେସନ ଲେଖା ହୋଇଥିବାରୁ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଟୋ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଚାଉଳ ନେଇ ଯାଉଥିବା ଅଟୋ ଚାଳକଙ୍କ ଘରେ ଆହୁରି ବହୁ ପରିମାଣର ଚାଉଳ ମହଜୁତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Comments are closed.