ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ପାଟଣାଗଡ : ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମୂହର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ  ତଥା ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମିଳିତ ଭାବରେ ଆଜି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭ ଲକ୍ଷ ୬୯ ହଜାର ୫୫୫ ଟଙ୍କା ପ୍ରଦାନ କରିଥିବା ଜଣାଯାଇଛି। ସଂଘ ପକ୍ଷରୁ ଡମ୍ବରୁଧର ପାଣିଗ୍ରାହୀ, ରାମଚନ୍ଦ୍ର ଧରୁଆ, ମାଧବ ଚନ୍ଦ୍ର ପାଣିଗ୍ରାହୀ, ଗୌରଚନ୍ଦ୍ର ଆଚାର୍ଯ୍ୟ, ଅରୁଣ କୁମାର ତ୍ରିପାଠୀ, ରାଜେଶ ସାହୁ, ଦେବକାନ୍ତ ମେହେର ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳ ଉପ ଜିଲାପାଳ ପଦ୍ମନାଭ ପୁରୋହିତଙ୍କୁ ଏକ ଚେକ୍ ପ୍ରଦାନ କରିଛନ୍ତି।

Comments are closed.