ଟ୍ରେଣ୍ଡ୍‌ସ ରଜ ରାଜକୁମାରୀ ପ୍ରତିଯୋଗିତାର ବିଜେତାଙ୍କୁ ସମ୍ବର୍ଦ୍ଧନା

ରଜ ରାଜକୁମାରୀ ଗୀତ / ଭିଡିଓ ପ୍ରତିଯୋଗିତାରେ ପାରାଦୀପର ସାୟନ୍ତି ଚାଟାର୍ଜୀ ପ୍ରଥମ ପୁରସ୍କାର

ଭୁବନେଶ୍ୱରର ନନ୍ଦିନୀ ରାୟ ଓ ଢେଙ୍କାନାଳର ପ୍ରିନ୍‌ସେସ୍‌ ସିମ୍‌ରନ୍‌ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍‌ସେସୋରିଜ୍‌ ସ୍ପେସିଅଲ୍‌ଟି ଶୃଙ୍ଖଳା ଟ୍ରେଣ୍ଡ୍‌ସ ପକ୍ଷରୁ ଏହାର ସ୍ୱତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ର ଫଳାଫଳ ଘୋଷଣା କରାଯାଇଛି ଯାହା ଓଡ଼ିଶାର ଲୋକପ୍ରିୟ ରଜ ପର୍ବକୁ ଏକ ମହୋତ୍ସବରେ ପରିଣତ କରିଥିଲା ।

ରବିବାର ଦିନ ଏକ ବର୍ଣ୍ଣାଢ଼୍ୟ ରଜ ରାଜକୁମାରୀ ଫିନାଲେ କାର୍ଯ୍ୟକ୍ରମରେ ଟ୍ରେଣ୍ଡସ୍‌ ରଜ ରାଜକୁମାରୀ ପ୍ରତିଯୋଗିତାର ସମସ୍ତ ଛଅ ବିଜେତାଙ୍କୁ ପୁରସ୍କୃତ କରାଯାଇଛି ଯେଉଁଥିରେ ଏହି ପ୍ରତିଯୋଗିତାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଯୋଡ଼ି ହୋଇଥିବା ଓଲିଉଡ୍‌ର ଲୋକପ୍ରିୟ ତାରକା ସମ୍ବିତ
ଆଚାର୍ଯ୍ୟ ଓ ଶିବାନୀ ସଙ୍ଗୀତା ଅତିଥି ଭାବେ ଉପସ୍ଥିତ ଥିଲେ । ରଜ ରାଜକୁମାରୀ ସେଲ୍‌ଫି ପ୍ରତିଯୋଗିତାରେ ଭୁବନେଶ୍ୱରର ଅର୍ପିତା ମହାପାତ୍ର ପ୍ରଥମ ପୁରସ୍କାର ଜିତିଥିବା ବେଳେ ସେମିଳିଗୁଡ଼ାର ସୋନାଲି ସ୍ୱାଇଁ ଓ ନବରଙ୍ଗପୁରର ବର୍ଷା ମହାନ୍ତି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି । ସେହିପରି, ରଜ ରାଜକୁମାରୀ ଗୀତ / ଭିଡିଓ ପ୍ରତିଯୋଗିତାରେ ପାରାଦୀପର ସାୟନ୍ତୀ ଚାଟାର୍ଜୀ ପ୍ରଥମ ପୁରସ୍କାର ଜିତିଥିବା ବେଳେ ଭୁବନେଶ୍ୱରର ନନ୍ଦିନୀ ରାୟ ଓ ଢେଙ୍କାନାଳର ପ୍ରିନ୍‌ସେସ୍‌ ସିମ୍‌ରନ୍‌ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ହାସଲ କରିଛନ୍ତି ।
ଏହି ଧରଣର ପ୍ରଥମ ପ୍ରତିଯୋଗିତା ପାଇଁ ଦିଆଯାଇଥିବା ହ୍ୱାଟସ୍‌ଆପ୍‌ ନମ୍ବର ସମେତ ୱେବସାଇଟ୍‌ www.trendsrajarajakumari.com ରେ ସାରା ରାଜ୍ୟରୁ ହଜାର ହଜାର ଆବେଦନ ସହ ଜବରଦସ୍ତ ସମର୍ଥନ ମିଳିଥିଲା । ଏହି ପ୍ରତିଯୋଗିତାର ସମସ୍ତ ପ୍ରତିଯୋଗୀଙ୍କୁ ୫୦୦ ଟଙ୍କା ମୂଲ୍ୟର ଦୁଇଟି ଲେଖାଏଁ ରଜ ସ୍ୱତନ୍ତ୍ର ରିହାତି କୁପନ୍‌ ପ୍ରଦାନ କରାଯାଇଥିବା ବେଳେ ଦୁଇଟି ବର୍ଗ ମଧ୍ୟରୁ ପ୍ରତି ବର୍ଗର ଶ୍ରେଷ୍ଠ ତିନି ବିଜେତା ଯଥାକ୍ରମେ ୩୧,୦୦୦ ଟଙ୍କା, ୨୧,୦୦୦ ଟଙ୍କା ଓ ୧୧ ହଜାର ଟଙ୍କାର ନଗଦ ରାଶି ପୁରସ୍କାର ଜିତିଛନ୍ତି ।

ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଟ୍ରେଣ୍ଡ୍‌ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୧୬-ଦିନିଆ ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ ଜୁନ୍‌ ୪ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଯେଉଁଥିରେ ସାମିଲ ଥିଲା ଅନ୍‌-ଗ୍ରାଉଣ୍ଡ୍‌, ହାଉସିଂ ସୋସାଇଟି ଦଳ, ଗଣମାଧ୍ୟମ ଓ ମଲ୍‌ ଭିତର
କାଯ୍ୟକ୍ରମ । ରଜ ହେଉଛି ନାରୀତ୍ୱକୁ ପାଳନ କରିବାର ଏକ ପର୍ବ ଏବଂ ଏହାକୁ ବଡ଼ ଉଲ୍ଲା. ଆଗ୍ରହ ଓ ଉତ୍ସାହର ସହ ମହିଳାମାନଙ୍କ ଦ୍ୱାରା ପାଳନ କରାଯାଏ ଯେଉଁଥିରେ ସେମାନେ ନୂଆ ପୋଷାକ ପିନ୍ଧନ୍ତି, ଦୋଳିରେ ଖେଳନ୍ତି, ଭଲ ଖାଇବା ପରଷିଥାନ୍ତି, କୌତୁକ ଖେଳ ଖେଳନ୍ତୀ
ଏବଂ ଏହି ଉତ୍ସବକୁ ପାଳନ କରିବା ଲାଗି ଲୋକ ଗୀତ ଗାଇବା ସହ ଖେଳିଥାନ୍ତି ।

ଟ୍ରେଣ୍ଡ୍‌ସ୍‌ ଏହାର ପରିବ୍ୟାପ୍ତିକୁ ସୁଦୃଢ କରି ଦେଶରେ ମେଟ୍ରୋଠାରୁ ଆରମ୍ଭ କରି ମିନି ମେଟ୍ରୋ ଏବଂ ଟିୟର-୧ ଓ ଟିୟର-୨ ସହରଗୁଡିକରେ ଉପସ୍ଥିତି ସୁନିଶ୍ଚିତ କରିବା ସହିତ ଗ୍ରାହକଙ୍କ ସହିତ ସଂଯୁକ୍ତ ହୋଇ ବାସ୍ତବରେ ଭାରତରେ ଫାଶନର ସାର୍ବଜନୀନକରଣ କରୁଛି ଏବଂ ଭାରତର
ପସନ୍ଦଯୋଗ୍ୟ ଫାଶନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି । ଏଠାରେ ଚମକ୍ରାର ବର୍ଗର ଉତମ ଗୁଣମାନର ଫାଶନ ସାମଗ୍ରୀ ରହିଛି ଯାହା ପ୍ରତ୍ୟେକ ଅବସର ପାଇଁ ସମ୍ପୂର୍ଣ୍ଣ ଖାପଖୁଆଇବା ଭଳି ହୋଇଛି ଏବଂ ଏହାର ମୂଲ୍ୟ ସୁଲଭ ଏବଂ ଏହା ତାହାର ମୂଲ୍ୟ ତୁଳନାରେ ଯଥେଷ୍ଟ ଅଧିକ ମୂଲ୍ୟବାନ
ବିବେଚିତ ହେଉଛି ।

Comments are closed.