ଏକାସାଙ୍ଗରେ ୧୦୦ ଜଣକ ସହ ଭିଡ଼ିଓ କନ୍ଫରେନ୍ସ: ରିଲାଏନ୍ସ ଜିଓର ’’ଜିଓମିଟ୍’’

ମୁମ୍ବଇ : ରିଲାଏନ୍ସ ଜିଓ ଗୁରୁବାର ଭିଡିଓ କନଫରେନ୍ସିଂ ଆପ୍ “ଜିଓମିଟ୍” ଲଞ୍ଚ କରିଛି। ଏହା ଗୁଗୁଲ୍ ପ୍ଲେ ଏବଂ ଆପ୍ ଷ୍ଟୋରରେ ଉପଲବ୍ଧ। ଏଥିରେ ଏକାସଙ୍ଗରେ ସିଧାସଳଖ ୧୦୦ ଅଂଶଗ୍ରହଣକାରୀ ଯୋଡି ହୋଇପାରିବେ। ଏହି ଆପକୁ ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି ମାଧ୍ୟମରେ ସାଇନ୍ ଅପ୍ କରାଯାଇପାରିବ।
ଜିଓମିଟ୍ ରେ କେଉଁ ସୁବିଧା ଉପଲବ୍ଧ ହେବ?
ଜିଓମିଟ୍ ଉପଭୋକ୍ତାଙ୍କ ପାଇଁ ହାଇ ଡେଫିନେସନ୍ (୭୨୦ ପିକ୍ସେଲ ରେଜୋଲୁସନ) ରେ ଅସୀମିତ ମାଗଣା କଲ କରିବାର ସୁବିଧା ଆଣିଛି। ସବୁଠାରୁ ଖାସ୍ କଥା ହେଉଛି ଏଥିରେ ଏକ ସମୟରେ ୧୦୦ ରୁ ଅଧିକ ଅଂଶଗ୍ରହଣକାରୀ ଯୋଡ଼ି ହୋଇପାରିବେ। ଏହା ସମ୍ପୂର୍ଣ୍ଣ ମାଗଣା। କମ୍ପାନୀ କହିଛି ଯେ, ଏହି ଆପ୍ ମଲ୍ଟି-ଡିଭାଇସ୍ (୫ ଟି ଡିଭାଇସ୍ ପର୍ୟ୍ୟନ୍ତ) ଲଗଇନ୍ କୁ ସମର୍ଥନ କରେ।
କୋଡ୍ କିମ୍ବା ଇନଭଏସ୍ ଆବଶ୍ୟକ ନାହିଁ।
କଲ୍ ଆରମ୍ଭ କରିବା ପାଇଁ କୌଣସି କୋଡ୍ କିମ୍ବା ଇନଭଏସ୍ ଆବଶ୍ୟକ ହେବ ନାହିଁ। ତଥାପି, ଯେଉଁମାନେ ଆପର ଡେସ୍କଟପ୍ ସଂସ୍କରଣ ସହିତ ସଂଯୋଗ କରୁଛନ୍ତି, ସେମାନେ ଜିଓମିଟ୍ ଇନଭାଇଟ୍ ଲିଙ୍କରେ କ୍ଲିକ୍ କରିପାରିବେ ଏବଂ ଆପ୍ ଡାଉନଲୋଡ୍ ନକରି ସେମାନଙ୍କ ବ୍ରାଉଜରରୁ ଭିଡିଓ କଲ୍ ର ଅଂଶ ହୋଇପାରିବେ।
ଡେସ୍କଟପରେ ଜିଓମିଟ୍
ଆଣ୍ଡ୍ରଏଡ୍ ଫୋନ୍ ବ୍ୟତୀତ, ଡେସ୍କଟପରେ କାମ କରୁଥିବା ଉପଭୋକ୍ତାମାନେ ଗୁଗୁଲ୍ କ୍ରୋମ୍ ମାଧ୍ୟମରେ ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମକୁ ପ୍ରବେଶ କରିପାରିବେ । ଏହା ସମ୍ପୂର୍ଣ୍ଣ ମାଗଣା।
ଏହିପରି ଡାଉନଲୋଡ୍ କରନ୍ତୁ “ଜିଓମିଟ୍”
ମୋବାଇଲ୍ ଡିଭାଇସରେ – ପ୍ଲେ ଷ୍ଟୋର / ଆପ୍ ଷ୍ଟୋର୍କୁ ଯାଆନ୍ତୁ, ଜିଓମିଟ୍ ଆପ୍ ସନ୍ଧାନ କରନ୍ତୁ ଏବଂ ଏହାକୁ ଡାଉନଲୋଡ୍ କରନ୍ତୁ ।

Comments are closed.