ରିଲାଏନ୍ସ ଜିଓ ହେଲା ଭାରତର ସବୁଠାରୁ ବଡ଼ ଦୂରସଂଚାର କମ୍ପାନୀ

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଭାରତର ସବୁଠାରୁ ବଡ଼ ଦୂରସଂଚାର କମ୍ପାନୀ ହୋଇଯାଇଛି। ଭାରତୀୟ ଦୂର ସଂଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ଏହି ସୂଚନା ଦେଇଛି। ଟ୍ରାଇ ପକ୍ଷରୁ ୨୦୧୯ ପାଇଁ ଜାରି ହୋଇଥିବା ସୂଚିରେ ରିଲାଏନ୍ସ ଜିଓ ପ୍ରଥମ ସ୍ଥାନରେ ରହିଥିବାବେଳେ ଭାରତୀ ଏୟାରଟେଲ ଦ୍ବିତୀୟ ଏବଂ ଭୋଡାଫୋନ-ଆଇଡିଆ ତୃତୀୟ ସ୍ଥାନରେ ରହିଛନ୍ତି।
ତେବେ ଆସନ୍ତୁ ଜାଣିବା ଏହି କମ୍ପାନୀ ଗୁଡ଼ିକର ମାର୍କେଟ ସେୟାର
ସୂଚନା ଅନୁସାରେ, ୨୦୧୯ମସିହା ନଭେମ୍ବର ମାସରେ ଜିଓର ମାର୍କେଟ ସେୟାର ୩୨.୦୪ ପ୍ରତିଶତ ହୋଇଛି। ସେହିଭଳି ଭାରତୀ ଏୟାରଟେଲର ମାର୍କେଟ ସେୟାର ୨୮.୩୫ ଏବଂ ଭୋଡାଫୋନ-ଆଇଡିଆର ମାର୍କେଟ ସେୟାର କମି ୨୯.୧୨ପ୍ରତିଶତ ହୋଇଯାଇଛି। ଭୋଡ଼ାଫୋନ କମ୍ପାନୀକୁ ନଭେମ୍ବର ମାସରେ ଅକ୍ଟୋବର ତୁଳନାରେ ୩.୬୪ଓୟାରଲେସ ଗ୍ରାହକଙ୍କ କ୍ଷତି ସହିବାକୁ ପଡ଼ିଛି। ଯାହାଦ୍ବାରା କମ୍ପାନୀର ମାର୍କେଟ ସେୟାରରେ ୯.୭ପ୍ରତିଶତ କ୍ଷତି ସହିବାକୁ ପଡ଼ିଛି।

 

Comments are closed.